ବଜ୍ରପାତରେ ୧୨ ବଳଦ ମୃତ

Twelve bulls were killed in a lightning strike…

କେନ୍ଦୁଝର: ସାହାରପଡା ଅଞ୍ଚଳରେ ଶନିବାର ଅପରାହ୍ନ ସମୟରେ ବର୍ଷା ସାଙ୍ଗକୁ ଘଡଘଡି ପାଖାପାଖି ୨ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ବୃଷ୍ଟିପାତ ହୋଇଥିଲା l ଫଳରେ ତଣ୍ଡ ଗ୍ରାମର ପାରାବସା ସାହି ନିକଟରେ ଖଣ୍ଡାଧାରେଣୀ ଗଛ ମୂଳରେ ୭ଟି ବଳଦ ଆଶ୍ରୟ ନେଇଥିଲେ l ହେଲେ ବଳଦ ମାନେ ବଜ୍ରପାତର ଶିକାର ହୋଇ ଘଟଣା ସ୍ଥଳରେ ହିଁ ୭ଟି ଗୋରୁଙ୍କ ମୃତ୍ୟୁ ଘଟିଛି l

ବଳଦ ଗୁଡ଼ିକ ହେଲେ ବରବେଡା ଗ୍ରାମର ସୁଜିତ ମହାନ୍ତଙ୍କ ତିନଟି, ଆନନ୍ଦ ମହାନ୍ତଙ୍କ ଦୁଇଟି, ତ୍ରିଲୋଚନ ମହାନ୍ତଙ୍କ ଗୋଟିଏ ଏବଂ ସନୁ ମହାନ୍ତଙ୍କ ଗୋଟିଏ ଥିବା ବେଳେ ସେପଟେ ଦିଗିପଶି ପଞ୍ଚାୟତ ଗାଇଁସିରି ଗ୍ରାମ ନିକଟରେ ୫ଟି ଗୋରୁ ବଜ୍ରାଘାତ ପ୍ରଭାବରେ ମୃତ୍ୟୁ ବରଣ କରିଛନ୍ତି l ଗୋରୁ ଗୁଡ଼ିକ ହେଲେ ସେହି ଗ୍ରାମର ବାସୁଦେବ ମୁଣ୍ଡାଙ୍କ ଗୋଟିଏ, ଅର୍ଜୁନ ମୁଣ୍ଡାଙ୍କ ଦୁଇଟି, ସମରା ମୁଣ୍ଡାଙ୍କ ଗୋଟିଏ ଏବଂ ଝନୁ ମୁଣ୍ଡାଙ୍କ ଗୋଟିଏ ବୋଲି ପ୍ରାଣୀ ଚିକିତ୍ସକଙ୍କ ଠାରୁ ସୂଚନା ମିଳିଛି l

ଘଟଣା ସ୍ଥଳକୁ ସାହାରପଡା ରାଜସ୍ୱ ନିରୀକ୍ଷକ ଶରତ ନାୟକ ଏବଂ ପ୍ରାଣୀ ଚିକିତ୍ସକ ଅଜୟ ପାତ୍ର ପହଞ୍ଚି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି l ତେବେ ବଳଦ ମାନେ ଚାଷ ଉପଯୋଗୀରେ ଲାଗୁ ଥିବା ହେତୁ ଆଗକୁ ଧାନ ଚାଷ କିପରି କରିବେ ବୋଲି ପରିବାର ଲୋକେ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି l ଉକ୍ତ ଲୋକ ମାନେ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତ ଯୋଗାଇ ଦେବାକୁ ଗ୍ରାମବାସି ଦାବି କରିଛନ୍ତି l