ସେନାକୁ ସମାଲୋଚନା, ଭାରତକୁ ପ୍ରଶଂସା

ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ କ୍ରମାଗତ ଭାବେ ଭାରତର

ଇସଲାମବାଦ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ କ୍ରମାଗତ ଭାବେ ଭାରତର ପ୍ରଶଂସା କରୁଛନ୍ତି । ଭାରତର ବିଦେଶୀ ନୀତିରେ ଇମ୍ରାନ ଜୋରଦାର ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ ଯେ, ଲାହୋରର ଏକ ରାଲିରେ ସମ୍ବୋଧନ କରି ଇମ୍ରାନ କହିଛନ୍ତି ଯେ, ଦେଶରେ ତୁରନ୍ତ ନିର୍ବାଚନ କରାଇବାକୁ ସରକାରଙ୍କ ପାଖରେ ଦାବି ରଖିଛନ୍ତି । ଯଦି ସରକାର ନିର୍ବାଚନ ନ କରାନ୍ତି ତେବେ ତାଙ୍କ ଦଳର ସମର୍ଥକମାନେ ତାଙ୍କୁ ପୁଣିଥରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଗାଦିଚ୍ୟୁତ କରିଦେବେ ବୋଲି ଇମ୍ରାନ କହିଛନ୍ତି ।

ସେହିପରି ଏହି ରାଲିରେ ସମ୍ବୋଧନ ବେଳେ ପାକିସ୍ତାନ ସେନାକୁ ସମାଲୋଚନା କରିବାକୁ ପଛାଇନାହାନ୍ତି । ଇମ୍ରାନ ଲାହୋରର ଏକ ରାଲିରେ ପିଟିଆଇ କର୍ମୀଙ୍କୁ ସମ୍ବୋଧନ କରିଥିଲେ । ଏହି ସମୟରେ ସେ ଭାରତକୁ ଭୂରି ଭୂରି ପ୍ରଶଂସା କରି କହିଥିଲେ ଯେ ଭାରତର ବିଦେଶ ନୀତି ତା ଲୋକମାନଙ୍କ ପାଇଁ ହେଲେ ଆମର ବିଦେଶ ନୀତି ଅନ୍ୟ ଅନ୍ୟଲୋକମାନଙ୍କ ପାଇଁ କାହିଁକି ହେବ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ପାକିସ୍ତାନ ସେନାକୁ ଟାର୍ଗେଟ କରି ଇମ୍ରାନ କହିଛନ୍ତି ଯେ ଯେଉଁମାନେ ମୋ ସରକାରଙ୍କୁ ଗାଦିଚ୍ୟୁତ କରିଛନ୍ତି ସେମାନେ ତୁରନ୍ତ ଏହାକୁ ନିର୍ବାଚନ କରାଇ ଏହାକୁ ସୁଧାରନ୍ତୁ ବୋଲି ଦାବି କରିଛନ୍ତି ।