ସାମୁଦ୍ରିକ ବାତ୍ୟା ମିଚୋଂଗ: ନେଇଗଲା ୧୨ଟି ମୁଣ୍ଡ

ଡିସେମ୍ବର ୨ ତାରିଖରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ସାମୁଦ୍ରିକ ଝଡ଼ ଆକାର ଧାରଣ କରି ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ଗତି କରିଛି । ସ୍ଥଳଭାଗକୁ ଛୁଇଁବା ପରେ ପବନର ବେଗ ଘଂଟା ପ୍ରତି ୧୦୦ କିଲୋମିଟର ଥିଲା । ତୁହାକୁ ତୁହା ବର୍ଷା ଓ ପବନ ମାଡ଼ରେ ବହୁ ଲୋକ ପ୍ରଭାବିତ ହୋଇଛନ୍ତି ।

ସେହିପରି, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଦୁଇଟି ରାଜ୍ୟରେ ୧୦୦ରୁ ଅଧିକ ଟ୍ରେନ ଚଳାଚଳକୁ ବାତିଲ କରି ଦିଆଯାଇଛି । ୫୦ରୁ ଅଧିକ ଉଡାଜାହାଜ ଉଡାଣକୁ ବାତିଲ କରି ଦିଆଯାଇଛି।

ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରାୟ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆ ଯାଇଥିଲା । ପ୍ରବଳ ବର୍ଷା କାରଣରୁ ଚେନ୍ନାଇ ସହର ଜଳମଗ୍ନ ହୋଇଛି । ଦୁଇଦିନ ଭିତରେ ତିନିମାସର ବର୍ଷା ହୋଇଯାଇଛି । ସାମୁଦ୍ରିକ ଝଡ଼ବର୍ଷାରେ ଅନ୍ୟୁନ ୧୨ ଜଣ ଲୋକ ପ୍ରାଣ ହରାଇଛନ୍ତି ।