ମା’ ହେବେକୁ ଯାଉଛନ୍ତି ଦେବିନା

ନୂଆଦିଲ୍ଲୀ : ଟେଲି ଇଣ୍ଡଷ୍ଟ୍ରୀର ଅଭିନେତା ଗୁରୁମିତ ଚୌଧୁରୀ-ଦେବିନା ବାନାର୍ଜୀ ଖୁବ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି । ଏନେଇ ଗୁରୁମିତ ସୋସିଆଲ ମିଡିଆରେ ଏହି ଖୁସି ଖବର ଜଣାଇଛନ୍ତି । ତେବେ ଏହି ଫଟୋରେ ଦେବିନା ତାଙ୍କ ବେବି ବମ୍ପରେ ନଜର ଆସିଛନ୍ତି । ଉଭୟ ପିତାମାତା ହେବା ନେଇ ଉତ୍ସାହିତ ଅଛନ୍ତି ।

ସେହପରି ଦେବିନାଙ୍କ ଏହି ଖୁସି ଖବର ଦେଖି ତାଙ୍କ ପ୍ରଶଂସକମାନେ ଉଭୟଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଅନ୍ୟପକ୍ଷରେ ଗୁରୁମିତ ଲେଖିଛନ୍ତି ଯେ, ବର୍ତ୍ତମାନ ଆମେ ଦୁଇରୁ ତିନି ହେବାକୁ ଯାଉଛୁ । ତୁମ ସମସ୍ତଙ୍କ ଆଶୀର୍ବାଦ ଆବଶ୍ୟକ ।