ଦିଲ୍ଲୀ ବିଧାନସଭା ନିର୍ବାଚନ: ଏକା ଲଢ଼ିବ କଂଗ୍ରେସ

ନୂଆଦିଲ୍ଲୀ: ଆଗାମୀ ଦିନରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଦିଲ୍ଲୀର ୭୦ଟି ଯାକ ବିଧାନସଭା ଆସନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଠିଆ କରାଯିବ ।

ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦର ଯାଦବ ସେ ସଂପର୍କରେ ସ୍ପଷ୍ଟ କରିଛନ୍ତି । କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ ସହିତ ଆଲୋଚନା କରିବା ପରେ ଶନିବାର ଦିନ ଯାଦବ କହିଛନ୍ତି, ବିଧାନସଭା ନିର୍ବାଚନ ପରେ ବିଜୟୀ କଂଗ୍ରେସ ନେତାମାନେ ଏକାଠି ବସି ଯାହାକୁ ନେତା ରୂପେ ମନୋନୀତ କରିବେ, ସେ ହିଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଅନ୍ୟ କୌଣସି ଦଳ ସହିତ ମେଂଟ ବୁଝାମଣା କରି ନିର୍ବାଚନ ଲଢ଼ିବାର ପ୍ରଶ୍ନ ନାହିଁ ।

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆମ୍‌ ଆଦ୍‌ମୀ ପାର୍ଟି ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ   ‘ଧର୍ମଯୁଦ୍ଧ’ ଭାବେ ଆଖ୍ୟା ଦେଇ କହିଛନ୍ତି ଯେ କୌରବଙ୍କ ନିକଟରେ ପ୍ରଚୁର ଧନ ଓ ଅମାପ କ୍ଷମତା ରହିଛି । ଆପ୍‌ ନିକଟରେ ଭଗବାନ ଓ ସାଧାରଣ ଲୋକ ଅଛନ୍ତି ।

୨୦୨୫ ଫେବୃୟାରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି ।