ବିକଶିତ ଭାରତ ଯୁବା ନେତା ଆଲୋଚନା-୨୦୨୫ର ଉଦ୍ଦେଶ୍ୟ ଯୁବ ପିଢ଼ିଙ୍କୁ ନେତୃତ୍ୱ ଓ ରାଷ୍ଟ୍ର ନିର୍ମାଣରେ ସାମିଲ କରିବା: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିକଶିତ ଭାରତ ଯୁବା ନେତା ଆଲୋଚନା-୨୦୨୫ର ଉଦ୍ଦେଶ୍ୟ ଯୁବ ପିଢ଼ିଙ୍କୁ ନେତୃତ୍ୱ ଓ ରାଷ୍ଟ୍ର ନିର୍ମାଣରେ ସାମିଲ କରିବା । ବିକଶିତ ଭାରତ ଯୁବା ନେତା ଆଲୋଚନା-୨୦୨୫ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମନସୁଖ୍ ମାଣ୍ଡଭିୟଙ୍କ ଦ୍ୱାରା ଲେଖାଯାଇଥିବା ଏକ ଲେଖର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି; “କେନ୍ଦ୍ରମନ୍ତ୍ରୀ ଡା. ମନସୁଖ୍ ମାଣ୍ଡଭିୟ ଭାରତର ରାଷ୍ଟ୍ରୀୟ ଯୁବା ମହୋତ୍ସବକୁ ‘ବିକଶିତ ଭାରତ ଯୁବା ନେତା ଆଲୋଚନା-୨୦୨୫’ ରୂପରେ ପୁନଃପରିକଳ୍ପିତ କରିବା ସମ୍ପର୍କରେ ଲେଖିଛନ୍ତି, ଯାହାର ଉଦ୍ଦେଶ୍ୟ ଯୁବ ପିଢ଼ିଙ୍କୁ ନେତୃତ୍ୱ ଓ ରାଷ୍ଟ୍ର ନିର୍ମାଣରେ ସାମିଲ କରିବା ।