ସାବଧାନ, ପରମାଣୁ ବୋମା ପରୀକ୍ଷଣ ବିଷୟ ଆଦୌ ଚିନ୍ତା କରନି
ସାବଧାନ, ପରମାଣୁ ବୋମା ପରୀକ୍ଷଣ ବା ବ୍ୟବହାର କଥା ଆଦୌ ମୁଣ୍ଡକୁ ଆଣନାହିଁ । ଯେଉଁ ଦେଶ ଏଭଳି କାଣ୍ଡ ଘଟାଇବ, ତାକୁ ଭୟଙ୍କର ଦଶା ଭୋଗିବାକୁ ପଡ଼ିବ ।
ସାରା ଦୁନିଆକୁ ଏବେ ଆତଙ୍କିତ ପରିବେଶ କବଳିତ କରିଛି । ‘ଏମିତି ଏକ ଆତଙ୍କିତ ପରିବେଶ ଭିତରେ କେହି ପରମାଣୁ ବୋମା ପରୀକ୍ଷଣ କରିବାକୁ ଅପଚେଷ୍ଟା କଲେ, ତା’ର କୁପରିଣାମ ତାକୁ ହିଁ ଭୋଗିବାକୁ ପଡ଼ିବ ।’ ଏଭଳି ଏକ କଡ଼ା ଚେତାବନୀ ସାରା ଦୁନିଆକୁ ଶୁଣାଇଛି ରୁଷିଆ ।
ସିଧାସଳଖ ନହେଲେ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାକୁ ରୋକଠୋକ୍ ଜଣାଇଦେଇଛି ରୁଷିଆ ।
ରୁଷିଆ ଉପବିଦେଶ ମନ୍ତ୍ରୀ କହିଛନ୍ତି, ପରମାଣୁ ପରୀକ୍ଷଣ ଭଳି ପରିବେଶ ସୃଷ୍ଟି କରି କୌଣସି ଦେଶ ସାରା ଦୁନିଆକୁ ଅସ୍ଥିରତା ଭିତରକୁ ଟାଣି ନେବାକୁ ସାମାନ୍ୟ ପ୍ରୟାସ କଲେ, ତାକୁ ଆମେ ମୁହଁତୋଡ଼ ଜବାବ ଦେବାକୁ ପଛାଇବୁ ନାହିଁ ।
ବେଶ କିଛିବର୍ଷ ଧରି ଯୁକ୍ତରାଷ୍ଟ୍ର ଆମେରିକା ହାତ ଗଲୁ କରୁଛି ପରମାଣୁ ବୋମା ପରୀକ୍ଷଣ କରିବାକୁ । ଆମେ ବହୁତ ଦିନରୁ ଏ କଥା ଜାଣିଥିଲେ ମଧ୍ୟ ନିରବ ଅଛୁ । ମାତ୍ର ଆଉ ନିରବ ରହିବୁନି ।