Double engine ସରକାର : ଘର ଆଗରେ ଠିଆ ହୋଇଥିଲେ ମଧ୍ୟ ପିଲାଙ୍କ ଜୀବନ ସୁରକ୍ଷିତ ନୁହେଁ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ଆଦୌ ଡରୁ ନାହାନ୍ତି କାର୍ ଚାଳକ । ଏଇଟା ବୋଧହୁଏ ଡବଲ ଇଂଜିନ ସରକାରଙ୍କ କଡ଼ା ଆଇନ କାନୁନ ବ୍ୟବସ୍ଥାର ଅସଲ ଚେହେରା।
ଅଗଷ୍ଟ ୧୯ ତାରିଖ ଦିନ ସକାଳୁ ସୋସିଆଲ ମିଡିଆରେ ଏକ ସିସିଟିଭି ଭିଡିଓ ଭାଇରାଲ୍ ହୋଇଛି । ଗୋଟିଏ ଘର ଆଗରେ ତିନିଜଣ ପିଲା ଠିଆ ହୋଇ କଥା ହେଉଥିବା ସମୟରେ ଗୋଟିଏ କାର ସେମାନଙ୍କ ଆଡକୁ ମାଡ଼ି ଯାଇଛି ।
ସମ୍ଭବତଃ କାର ଚାଳକଙ୍କ ଗୋଡଟି ବ୍ରେକ୍ ବଦଳରେ ଏକ୍ସିଲେଟର ଉପରେ ପଡ଼ି ଯାଇଥିଲା, ନିୟନ୍ତ୍ରଣ ହରାଇ କାରଟି ଦୁଇଜଣ ପିଲାଙ୍କୁ ଧକ୍କା ଦେଇଥିଲା । ଗୋଟିଏ ପିଲା ଗୁରୁତର ଆହତ ହୋଇଥିଲା । ଦ୍ୱିତୀୟ ପିଲାଟିକୁ କାର କିଛି ବାଟ ଘୋଷାଡ଼ି ନେଇଯାଇଥିଲା । ତୃତୀୟ ପିଲାଟି ସୌଭାଗ୍ୟ କ୍ରମେ ଆସନ୍ନ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲା । ଗାଡ଼ିଟି ଖଣ୍ଡେ ବାଟ ଆଗକୁ ଯାଇ ଗୋଟିଏ ଘର ଆଗରେ ରହିଥିବା ଲୁହା ଫାଟକରେ ପିଟି ହୋଇ ଅଟକି ଯାଇଥିଲା ।
ଦୁର୍ଘଟଣା ପରେପରେ ଲୋକମାନେ ସେଠାରେ ରୁଣ୍ଡ ହୋଇ ଯାଇଥିଲେ । ଗାଡ଼ି ଭିତରୁ ଚାଳକ ଜଣକ ବାହାରି ଆସି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ । ଗାଡ଼ି ଭିତରେ ଜଣେ ଯାତ୍ରୀ ବସିଥିଲେ । ଗୁରୁତର ଅବସ୍ଥାରେ ଗୋଟିଏ ପିଲାକୁ ଡାକ୍ତରଖାନାକୁ ନିଆ ଯାଇଥିଲା ।