ମହାକାଶରେ ଧ୍ୱଂସ ମୁହଁରୁ ରକ୍ଷା ପାଇଗଲା ପୃଥିବୀ

ଟ୍ରକ ଆକାରର ଗ୍ରହାଣୁ ପିଣ୍ଡ ମାଡ଼ି ଆସୁଥିଲା….

ନୂଆଦିଲ୍ଲୀ: ଭୟଙ୍କର ଦୁର୍ଘଟଣାରୁ ଉଦ୍ଧାର ପାଇଯାଇଛି ଆମ ପୃଥିବୀ । ଜାନୁଆରୀ ୨୬ ତାରିଖ ରାତିରେ ଗୋଟିଏ ଟ୍ରକ ଆକାରର ଗ୍ରହାଣୁ ପିଣ୍ଡ ପୃଥିବୀ ଆଡ଼କୁ ତୀବ୍ର ଗତିରେ ମାଡ଼ି ଆସୁଥିଲା । ପୃଥିବୀ ପୃଷ୍ଠରୁ ମହାକାଶ ଉପରେ ସତର୍କ ଦୃଷ୍ଟି ରଖିଥିବା ଦୂରବୀକ୍ଷଣ ଅବା ରେଡିଓ ଟେଲିିସ୍କୋପର ଦୃଷ୍ଟି ଆଢୁଆଳରୁ ଖସି ଯାଇଥିବା ୨୦୨୩ ବିୟୁ ଗ୍ରହାଣୁ ପିଣ୍ଡର ଆକାର ପ୍ରାୟ ୩୦ ଫୁଟ ।

ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ର ଜେଟ୍‌ ପ୍ରପେଲଶନ ଲାବ ସୂଚନାନୁସାରେ ଗ୍ରହାଣୁ ପିଣ୍ଡଟି ପୃଥିବୀ ସହିତ ମାଡ଼ ହୋଇନି ମାତ୍ର ଅତି ନିକଟ ଦେଇ ଗତି କରିବା ଫଳରେ ପୃଥିବୀକୁ ପାଣିପାଗ ସୂଚନା ପଠାଉଥିବା କୃତ୍ରିମ ଉପଗ୍ରହ ନିକଟରେ ମାତ୍ର ଦୁଇଫୁଟ ଦୂର ଦେଇ ଚାଲି ଯାଇଛି । ଜାନୁଆରୀ ୨୮ ତାରିଖରେ ନାସା ନିକଟକୁ ଏହି ସୂଚନା ପଠାଇଥିଲା ଦୁର୍ଘଟଣାରୁ ରକ୍ଷା ପାଇଥିବା ଉପଗ୍ରହ । ପୃଥିବୀ ପୃଷ୍ଠରୁ ମାତ୍ର ୩୫୪୦ କିଲୋମିଟର ଦୂରତାରୁ ଗ୍ରହାଣୁ ପିଣ୍ଡଟି ବାଟ ଭାଙ୍ଗି ଚାଲିଯାଇଥିଲା ।