ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲଖନଉ ଓ ସୀତାପୁର ସମେତ ଅନେକ ଜିଲାରେ ବିଳମ୍ବିତ ରାତିରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ବିଳମ୍ବିତ ରାତି ପ୍ରାୟ ୧ଟା ୧୬ରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୨ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ଲଖନଉ ରୁ ୧୩୯ କିମି ଦୂର ଉତ୍ତର-ଉତ୍ତରପୂର୍ବରେ ୮୨ କିମି ଗଭୀର ବୋଲି ଜଣାପଡିଛି। ମାତ୍ର ଏଥିରେ ଏଯାଏଁ କୌଣସି ଧନଜୀବନହାନୀ ହୋଇନାହିଁ ବୋଲି ସୂଚନା ମିଳିଛି।