ହାଇୱା ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର

ହାଇୱା ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ସୁନ୍ଦରଗଡ ଜିଲ୍ଲା ଟେନସା…

ସୁନ୍ଦରଗଡ: ହାଇୱା ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ସୁନ୍ଦରଗଡ ଜିଲ୍ଲା ଟେନସା ଫାଣ୍ଡି ଅଧୀନସ୍ଥ ଗୀତାରାଣୀ ମାଇନ୍ସ ନିକଟରେ ଏହି ଦୁର୍ଘଟଣାଟି ଘଟିଯାଇଛି । କୌଣସି କାରଣରୁ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାଇୱାଟି ଜଳିଯାଇଛି । ଗାଡି ଭିତରେ ଥିବା ଡ୍ରାଇଭର ଗାଡି ବାହାରକୁ ଆସି ନ ପାରିବାରୁ ତାଙ୍କର ମୃତ୍ୟୁ ଘଟିଛି । ସୂଚନା ମୁତାବକ୍, ଆଜି ସକାଳେ ଗାଡ଼ିଟି ମାଇନ୍ସକୁ ମାଲ୍ ଲୋଡ କରିବାକୁ ଆସିଥିଲା । ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳ ଡ୍ରାଇଭର ତାହାର ଡାଲାକୁ ଉଠାଇଥିବା ବେଳେ ତାହା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା । ଫଳରେ ସଙ୍ଗେ ସଙ୍ଗେ ଗାଡ଼ିରେ ବିଦ୍ୟୁତ୍ ସଂଯୋଗ ହୋଇଯିବାରୁ ଭିତରେ ଥିବା ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାପରେ ଗାଡ଼ିରେ ଅଗ୍ନି ସଂଯୋଗ ହୋଇଥିଲା । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।