ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପ ଅନୁଭୂତ ହେବାରୁ ଲୋକମାନେ ଭୟବିତ ହେବା ସହ ଘରୁ ବାହାରକୁ ଚାଲି ଆସିଥିଲେ । ଏହି ଭୂକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୫.୩ ରହିଛି ବୋଲି ଜଣାପଡିଛି ।
ତେବେ ଭୂକମ୍ପ କାରଣରୁ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ହେଉଛି ଉତ୍ତର ପାଙ୍ଗିନ । ସୂଚନାଯୋଗ୍ୟ ଯେ, ନିକଟରେ ଲଦାଖରେ ଭୂମିକମ୍ପ ହୋଇଥିଲା । ଯାହା ତୀବ୍ରତା ରିକ୍ଟର ସ୍କେଲରେ ୪.୬ ଥିଲା ।