ମୁମ୍ବାଇକୁ ଝଟକା ପରେ ଝଟକା: ରୋହିତଙ୍କୁ ୨୪ ଲକ୍ଷ ଜରିମାନା

ଏମସିଏ ଅନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ

ମୁମ୍ବାଇ: ଏମସିଏ ଅନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ମନ୍ଥର ବୋଲିଂ ପାଇଁ ମୁମ୍ବାଇ ଇଣ୍ଡିଆନସ ଦଳକୁ ଜରିମାନା ହୋଇଛି । ଆଇପିଏଲ ନିୟମ ଅନୁଯାୟୀ ମୁମ୍ବାଇ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛଇ ।

ତେବେ ଏହା ବ୍ୟତୀତ ଦଳରେ ସାମିଲ ଥିବା ସମସ୍ତ ଖେଳାଳିଙ୍କ ଉପରେ ୬ ଲକ୍ଷ କିମ୍ବା ସେମାନଙ୍କ ମ୍ୟାଚ ପାଉଣାର ୨୫ ପ୍ରତିଶତ ଜରିମାନା ଦଣ୍ଡ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଚଳିତ ଆଇପିଏଲରେ ମୁମ୍ବାଇ ଦ୍ୱିତୀୟ ଥର ଦଣ୍ଡିତ ହୋଇଛି । ପୂର୍ବରୁ ମଧ୍ୟ ଦିଲ୍ଲୀ ବିପକ୍ଷ ମ୍ୟାଚରେ ରୋହିତ ଶର୍ମାଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଥିଲା ।