ମୁମ୍ବାଇ : ମନି ଲଣ୍ଡରିଂ ମାମଲାରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ବଡ଼ ଭଉଣୀ ହସିନା ପାରିକରଙ୍କ ଘରେ ଆଜି ଇଡି ପକ୍ଷରୁ ଚଢାଉ କରାଯାଇଛି । କେବଳ ଭଉଣୀ ନୁହେଁ ତାର ସମ୍ପର୍କୀୟ ମାନଙ୍କ ଘରେ ମଧ୍ୟ ଇଡି ପକ୍ଷରୁ ରେଡ୍ କରାଯାଇଛି ଦାଉଦ୍ ବିରୋଧରେ ନିକଟରେ ଦାଏର ହୋଇଥିବା ମାମଲାକୁ ନେଇ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢଉ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ମୁମ୍ବାଇରେ ଏକ କାଳୀନ ୧୦ଟି ସ୍ଥାନରେ ଇଡି ରେଡ୍ କରିଛି ।