ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ଇଡିର ନୋଟିସ
ମନି ଲଣ୍ଡ୍ରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ଦଳର ନେତା ରାହୁଲ…
ନୂଆଦିଲ୍ଲୀ : ମନି ଲଣ୍ଡ୍ରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ସମନ କରିଛି । ଏହି ମାମଲା ନେସନାଲ ହେରାଲ୍ଡ ଖବରକାଗଜ ସହ ଜଡ଼ିତ ଯାହାକୁ କଂଗ୍ରେସ ପାର୍ଟି ଚଳାଉଛି । ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ପକ୍ଷରୁ ଦିଲ୍ଲୀର ଟ୍ରାଏଲ କୋର୍ଟରେ ଅଭିଯୋଗ କରାଯାଇଥିଲା । ଏହା ପରେ ଆୟକର ବିଭାଗର ତଦନ୍ତ ଆରମ୍ଭ ହୋଇଥିଲା । ଇକ୍ୱିଟି କାରବାରରେ ୨୦୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତିର ଅପବ୍ୟବହାର ଅଭିଯୋଗରେ ନ୍ୟାସନାଲ ହେରାଲ୍ଡ ମାମଲା ରହିଛି । ସ୍ୱାମୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ନ୍ୟାସନାଲ ହେରାଲ୍ଡ ଖବରକାଗଜ ହାସଲ କରିବା ସମୟରେ ସେଠାରେ ହେରାଫେରି କରାଯାଇଥିଲା ।