ଆଇନକୁ ହାତକୁ ନେଲେ ହାତୀପଲ

ପାଟଣା: ଜଙ୍ଗଲରେ ମଣିଷଙ୍କ ଉତ୍ପାତ କମାଇବା ପାଇଁ ଏଣିକି ହାତୀପଲ ଆଇନକୁ ହାତକୁ ନେଇଛନ୍ତି । ବନ ବିଭାଗର କର୍ମଚାରୀମାନେ ହାତୀଙ୍କୁ ନ୍ୟାୟ ଦେଇ ପାରିଲେନି । ବେଶ କିଛିବର୍ଷ ଧରି ଲୋକମାନେ ହାତୀଙ୍କ ଚରାଭୂଇଁକୁ ପଦା କରି ଚାଲିଛନ୍ତି । ବନ କର୍ମଚାରୀମାନେ ହାତୀଙ୍କ ଅଭାବ ଅସୁବିଧାକୁ ଅଣଦେଖା କରି ଆସୁଛନ୍ତି ।

ପ୍ରତିବାଦ ସ୍ୱରୂପ ପ୍ରାୟ ୨୨ଟି ହାତୀ ଏକଜୁଟ ହୋଇ କେନ୍ଦୁଝର ଜିଲ୍ଲାର ପାଟଣା ରେଞ୍ଜରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହାତୀଙ୍କ ଭୟରେ ଲୋକମାନେ ଘରୁ ବାହାରୁ ନାହାନ୍ତି । ଜଙ୍ଗଲକୁ ଶୌଚ ପାଇଁ ଯାଇ ପାରୁନାହାନ୍ତି ।

ହାତୀପଲ ଲୋକଙ୍କ ଘର ଓ ବିଦ୍ୟାଳୟକୁ ଭଙ୍ଗାରୁଜା କରିଛନ୍ତି । ହାତୀପଲ ଏବେ ଝାଟିପଡ଼ା ପ୍ରାଥମିକ ବିଦ୍ୟାଳୟ ନିକଟ ଜଙ୍ଗଲରେ ଆଡ୍ଡା ଜମାଇଛନ୍ତି ।

ଭୋକର ଦାଉ ସମ୍ଭାଳି ନପାରି ହାତୀପଲ ବିଦ୍ୟାଳୟରେ ପଶି ପିଲାଙ୍କ ମଧ୍ୟାହ୍ନଭୋଜନ ଚାଉଳ ଲୁଟ କରିଛନ୍ତି ।