ଟେନିସ ତାରକା ଦେବାଶିଷଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶାର ଟେନିସ ତାରକା ଦେବାଶିଷ ସାହୁଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୧ରୁ ୨୦୨୩ ଭିତରେ ବହୁ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଯୋଗଦାନ କରି ଦେବାଶିଷ ତାଙ୍କର କ୍ରୀଡ଼ା ପ୍ରତିଭା ଦେଖାଇଥିଲେ । ତାକୁ ଦୃଷ୍ଟିରେ ରଖି ରାଜ୍ୟର ଏକ ଅଗ୍ରଣୀ କମ୍ପାନୀ ପକ୍ଷରୁ ଦେବାଶିଷଙ୍କୁ ଏକଲବ୍ୟ ପୁରସ୍କାର ବାବଦକୁ ଏକ ଫଳକ ଓ ନଗଦ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ।

ଉଦୀୟମାନ କ୍ରୀଡ଼ାବିତ ବାପି ହାଁସଦା ଓ ଭାରୋତୋଳକ ଜ୍ୟୋତ୍ସା ଶବର ମଧ୍ୟ ମାନପତ୍ର ସହ ଏକଲକ୍ଷ ଟଙ୍କା ପାଇଛନ୍ତି ।