ବିଜେଡି ସଭାକୁ ଭଣ୍ଡୁର କଲେ ଶତାଧିକ ଅଣ୍ଡା

କେନ୍ଦ୍ରାପଡ଼ା: ଗରଦପୁର ବ୍ଲକରେ ବିଜେଡିର ଏକ ସଭା ଚାଲିଥିଲା । ସଭାର ଆଗଧାଡ଼ିରେ ବସିବା ପାଇଁ କିଛି ଅଣ୍ଡା ଆସିଥିଲେ । କୌଣସି ଚଉକି ଖାଲି ନଥିବାରୁ ସବୁ ଅଣ୍ଡା ଆଗରେ ବସିଥିବା ଲୋକଙ୍କ ଉପରେ ରାଗ ଶୁଝାଇଥିଲେ । ସଭାରେ ଯୋଗଦାନ କରିଥିବା ଲୋକଙ୍କ ଅଭିଯୋଗ ହେଉଛି; ପୁରୁଣା ଓଡ଼ିଶାରେ କି କି କାମ କରିଛ; ତା’ର ଲମ୍ବା ତାଲିକା ନଦେଇ ନୂଆ ଓଡ଼ିଶା ଅଭିଯାନ ଆରମ୍ଭ କରିଛ କ’ଣ ପାଇଁ? ବିଜୁବାବୁଙ୍କ ଓଡ଼ିଶାରେ କେତେ ଲୋକଙ୍କ ସପନ ପୂରଣ କରିଛ; ତା’ର ହିସାବ ଦଉନ । ଏବେ ‘ନବୀନ ଓଡ଼ିଶା’ ଭୂଅାଁ ଦେଖାଉଛ ।

ଅଣ୍ଡାଗୁଡ଼ିକ ପାଟକୁରା ବିଧାୟକଙ୍କ ପୁଅ ଉପରେ ରାଗ ଶୁଝାଇବାକୁ ଆସିଥିଲେ । ବିଧାୟକଙ୍କ ପୁଅ ଅଣ୍ଡାମାଡ଼ରୁ  ରକ୍ଷା ପାଇ ଯାଇଛନ୍ତି । ପରିସ୍ଥିତି ଅଣାୟତ ହେବା ପୂର୍ବରୁ ପୁଲିସ ସବୁ ସମ୍ଭାଳି ନେଇଥିଲା ।