୨୧୬ ଫୁଟ୍ ଉଚ୍ଚର ‘ଷ୍ଟାଚ୍ୟୁ ଅଫ ଇକ୍ୱାଲିଟି’ର ଅନାବରଣ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ୧୧ତମ ଶତାଦ୍ଦୀର ଭକ୍ତି ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ମୃତିରେ ୨୧୬ ଫୁଟ ଉଚ୍ଚ ଷ୍ଟାଚ୍ୟୁ ଅଫ ଇକ୍ୱାଲିଟିର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ହାଇଦ୍ରାବାଦରେ ଏକାଦଶ ଶତାବ୍ଦୀର ସନ୍ଥ ରାମାନୁଜଙ୍କର ୨୧୬ ଫୁଟ ଉଚ୍ଚତାର ବିଶିଷ୍ଟ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ର ଉଦ୍ଘାଟନ କରିଛନ୍ତି । ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ୧୦୦୦ତମ ଜନ୍ମ ବାର୍ଷିକୀରେ ଉଦ୍ଘାଟିତ ହେବାକୁ ଥିବା ଏହି ମୂର୍ତ୍ତି ପଞ୍ଚଧାତୁରେ ନିର୍ମିତ ଏବଂ ଏହା ବିଶ୍ୱର ସବୁଠାରୁ ଉଚ୍ଚ଼ ଧାତବ ମୂର୍ତ୍ତି ମଧ୍ୟରୁ ଅନ୍ୟତମ । ସେହିପରି ୫୪ ଫୁଟ ଉଚ୍ଚ଼ ବିଶାଳ ଆଧାର ଭବନ ଉପରେ ଏହି ମୂର୍ତ୍ତି ସ୍ଥାପିତ ହୋଇଛି ।