ଲଣ୍ଡନ : ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଆଇସିସି ମହିଳା ବିଶ୍ୱକପ ପାଇଁ ଇଂଲଣ୍ଡର ୧୫ ଜଣିଆ ଦଳ ଘୋଷଣା କରାଯାଇଛି । ଏହି ମହିଳା ବିଶ୍ୱକପ ଆସନ୍ତା ମାର୍ଚ୍ଚ ୪ରୁ ଏପ୍ରିଲ୍ ୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଆସେସ ସିରିଜରେ ଦିନିକିଆ ଡେବ୍ୟୁ କରିଥିବା ଅଲ୍ରାଉଣ୍ଡର ଏମ୍ମା ଲାମ୍ବଙ୍କୁ ଏହି ୧୫ ଜଣିଆ ସ୍କ୍ୱାର୍ଡରେ ସାମିଲ କରାଯିବା ସହ ଅଫ ସ୍ପିନର ଚାର୍ଲି ଡିନଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିଛି । ସେହିପରି ୨୦୧୭ ବିଶ୍ୱକପ ବିଜେତା ଟିମର ୮ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ତେବେ ଟାମି ବିଉମେଣ୍ଟ ଓ ଲରେନ୍ ୱିନଫିଲ୍ଡ ହିଲଙ୍କୁ ଦଳରେ ବ୍ୟାକଅପ୍ ଭାବେ କାର୍ଯ୍ୟ କରିବେ ବୋଲି ଇଂଲଣ୍ଡ ମହିଳା କ୍ରିକେଟ ଡାଇରେକ୍ଟର ସୂଚନା ଦେଇଛନ୍ତି ।
ସେହିପରି ଦଳର ନେତୃତ୍ୱ ଭାରତ ନେଇଥିବା ହିଥର ନାଇଟଙ୍କ ଉପରେ ଦିଆଯାଇଥିବାବେଳେ ପଞ୍ଚମ ଥର ପାଇଁ ସେ ବିଶ୍ୱକପ ଜିତିବେ ବୋଲି ଆଶା କରାଯାଉଛି । ମାର୍ଚ୍ଚ ୫ରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ସିରିଜ ହାମିଲଟନରେ ଅଭିଯାନ ଆରମ୍ଭ କରିବ । ଇଂଲଣ୍ଡ ଦଳ : ହିଥର ନାଇଟ (ଅଧିନାୟକ), ଟାମି ବିଉମଣ୍ଟ, କାଥେରିନ ବ୍ରଣ୍ଟ, ଫ୍ରେୟା ଡେଭିସ, ଚାର୍ଲି ଡିନ, ସୋଫିଆ ଡଙ୍କଲେ, କାଟେ କ୍ରସ, ସୋଫି ଏକ୍ଲେଷ୍ଟୋନ, ଟାଶ ଫାରାଣ୍ଟ, ଆମି ଜୋନ୍ସ, ଏମ୍ମା ଲାମ୍ବ, ନାଟସିଭର, ଆନ୍ୟା ଶ୍ରୁବସୋଲ, ଲରେନ ୱିନ ଫିଲ୍ଡ-ହିଲ, ଡାନି ୱାଟ ।