ଆଇପିଏଲ ୨୦୨୦: ହାଇଦ୍ରାବାଦର ନୂଆ ଜର୍ସି ଉନ୍ମୋଚିତ

ହାଇଦ୍ରାବାଦ : ଆଇପିଏଲ୍‌ ୨୦୨୦ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଜର୍ସି ଉନ୍ମୋଚିତ ହୋଇଛି । ଏହି ଜର୍ସିର ଫଟୋ ସନରାଇଜର୍ସ ହାଇଦ୍ରାବାଦ ଅଫିସିଆଲ ଟ୍ୱିଟରରେ ପୋଷ୍ଟ କରାଯାଇଛି । ଚଳିତ ସଂସ୍କରଣରେ ମଧ୍ୟ ଟିମ୍‌ ପୂର୍ବପରି ନାରଙ୍ଗୀ ରଙ୍ଗର ଜର୍ସିରେ ପଡିଆକୁ ଓହ୍ଲାଇବ ।

ତେବେ ଏହି ଜର୍ସିର କିଛିଟା ପରିବର୍ତ୍ତନ କରାଯାଇଛି । ଜର୍ସିରେ ଟିମର ଲୋଗୋ ବାମ ପଟକୁ ରଖାଯାଇଛି । ଏହି ନୂଆ ଜର୍ସି ସମ୍ପୂର୍ଣ୍ଣ ସିମ୍ପଲ ରହିଥିବା ବେଳେ ଏଥିରେ ଏବେ ବିଭିନ୍ନ କମ୍ପାନୀର ବିଜ୍ଞାପନ ସାମିଲ କରାଯିବ ।