ରାହୁଲ ହେଉଛନ୍ତି କଂଗ୍ରେସର ‘ରାହୁ କାଳ’! ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଦେଶର ୫ ରାଜ୍ୟରେ ଜାରି ରହିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ରାଜନୀତି ସରଗରମ ହୋଇଥିବା ଦେଖିବାକୁ ମିଳିଛି । ନିର୍ବାଚନ ରାଲିରେ ବିଭିନ୍ନ ରାଜନୈତିକ ଦଳ ପରସ୍ପରକୁ ଆରୋପ-ପ୍ରତ୍ୟାରୋପ କରୁଥିବାବେଳେ ଏହି ଧାରା ସଂସଦରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ଆରୋପ-ପ୍ରତ୍ୟାରୋପ ଶୁକ୍ରବାର ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପରେ ଚର୍ଚ୍ଚା କରୁଥିବା ସମୟରେ ଦେଖିବାକୁ ମିଳିଛି ।

ଏହି ସମୟରେ କଂଗ୍ରେସ ସାଂସଦ ସରକାରଙ୍କ ଅମୃତ କାଳକୁ ନେଇ ସମାଲୋଚନା କରିଥିଲେ । ବିରୋଧୀ ଦଳ ନେତା ଅମୃତ କାଳ ଉପରେ ଟିପ୍ପଣୀ କରିବାକୁ ଯାଇ ଏହା ଅମୃତ କାଳ ନୁହେଁ ବରଂ ରାହୁ କାଳ କହିଥିଲେ । ଏହାର ପ୍ରତି ଉତ୍ତରରେ ଅର୍ଥମନ୍ତ୍ରୀ କଂଗ୍ରେସକୁ ସମାଲୋଚନା କରି କହିଥିଲେ ଯେ, ଯେପର୍ଯ୍ୟନ୍ତ କଂଗ୍ରେସରେ ରାହୁଲ କାଳ ରହିବ ସେପର୍ଯ୍ୟନ୍ତ ପାର୍ଟିର ‘ରାହୁ କାଳ’ ଶେଷ ହେବ ନାହିଁ