ୟାସିନକୁ ସମର୍ଥନ କରି ଫସିଲେ ପାକ୍ କ୍ରିକେଟର
ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ଆତଙ୍କୀ ଫଣ୍ଡିଂ ମାମଲାରେ ଦୋଷୀ ସାବ୍ୟସ୍ତ ଜାମ୍ମୁ-କଶ୍ମୀରର…
ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ଆତଙ୍କୀ ଫଣ୍ଡିଂ ମାମଲାରେ ଦୋଷୀ ସାବ୍ୟସ୍ତ ଜାମ୍ମୁ-କଶ୍ମୀରର ୟାସିନ ଲିକଙ୍କୁ ନେଇ ଟ୍ୱିଟ କରିଛନ୍ତି । ଦିଲ୍ଲୀର ଏନଆଇଏ ସ୍ପେଶାଲ କୋର୍ଟରେ ୟାସିନଙ୍କୁ ସଜା ଦିଆଯିବା ପୂର୍ବରୁ ଆଫ୍ରିଦି ତାଙ୍କ ସମର୍ଥନରେ ବାହାରିବା ସହ ତାକୁ ନିର୍ଦ୍ଦୋଷ ବୋଲି କହିଥିଲେ । ଏହାପରେ ଭାରତୀୟ କ୍ରିକେଟର ଅମିତ ମିଶ୍ରା ତାଙ୍କୁ କଡା ଜବାବ ଦେଇ ଆଫ୍ରିଦିଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ଆଫ୍ରିଦି ଟ୍ୱିଟ କରି ଲେଖିଥିଲେ, ଯେଉଁ ଭଳି ଭାବରେ ଭାରତ କଶ୍ମୀରରେ ମାନବାଧିକାର ଉଲଂଘନ କରିବା ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଲୋକଙ୍କୁ ଚୁପ କରିବାକୁ ଚେଷ୍ଟା କରୁଛି, ତାହା ନିରର୍ଥକ ।
ସେ ଆହୁରି କହିଛନ୍ତି ଯେ ମଲିକଙ୍କ ବିରୋଧରେ ମନଗଢା ଅଭିଯୋଗ କାଶ୍ମୀର ସ୍ୱାଧୀନତାର ସଂଘର୍ଷକୁ ରୋକି ପାରିବନାହିଁ । ଆଫ୍ରିଦିଙ୍କ ଏହି ଟ୍ୱିଟ ପରେ ଅମିତ ଟ୍ୱିଟ କରି ତାଙ୍କୁ କଡା ଜବାବ ଦେଇ କହିଛନ୍ତି ଯେ, ଆଫ୍ରିଦି, କୋର୍ଟ ରୁମରେ ସେ ନିଜର ଦୋଷୀ ସ୍ୱୀକାର କରିଛନ୍ତି । ଆପଣଙ୍କ ଜନ୍ମ ତିଥି ଭଳି ସବୁକିଛି ମନଗଢା ନୁହେଁ । କଶ୍ମୀର ପ୍ରସଙ୍ଗ ଉପରେ ଆଫ୍ରିଦି ପୂର୍ବରୁ ମଧ୍ୟ ବହୁବାର ଉତ୍ତେଜନାକାରୀ ବୟାନ ଦେଇସାରିଛନ୍ତି । କେବଳ ସେତିକି ନୁହେଁ ନିଜୟ ବୟସକୁ ନେଇ ମଧ୍ୟ ବିବାଦରେ ରହିସାରିଛନ୍ତି ।