ପାଟିଦାର ଯାହା ଖେଳିଲେ ତାହା ବହୁତ ଖାସ ଥିଲା: କୋହଲି

ଆଇପିଏଲ-୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଲକ୍ଷେ୍ନøକୁ…

ମୁମ୍ବାଇ: ଆଇପିଏଲ-୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଲକ୍ଷେ୍ନøକୁ ୧୪ ରନରେ ପରାସ୍ତ କରିଛ । ତେବେ ବାଙ୍ଗାଲୋର ବିଜୟର ହିରୋ ଥିଲେ ରଜତ ପଟିଦାର । ସେ ସେଞ୍ଚୁରୀ ଲଗାଇବା ଫଳରେ ଦଳର ସ୍କୋର ୨୦୦ ଟପିଥିଲା । ମ୍ୟାଚରେ ଫାପ ଡୁପ୍ଲେସିସ, ଗ୍ଲେନ ମ୍ୟାକ୍ସୱେଲ ଓ ବିରାଟ କୋହିଲଙ୍କ ଭଳି ଷ୍ଟାର ବ୍ୟଟର ଫେଲ ମାରିଥିଲେ । କିନ୍ତୁ ଦମଦାର ବ୍ୟାଟିଂ କରିଥିଲେ ପାଟିଦାର । ତେବେ ରଜତଙ୍କ ଏହି ଧୂଆଁଧାର ଇନିଂସ ବିରାଟ କୋହଲିଙ୍କୁ ଖବ ପସନ୍ଦ ଆସିଛି । ସେ ପାଟିଦାରଙ୍କୁ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି । କୋହଲି କହିଛନ୍ତି ଯେ, ଦୀର୍ଘ ଦିନ ପରେ ସେ ଏକ ଭଲ ପାଳି ଦେଖିଛନ୍ତି । ପଟିଦାର ଯାହା ଖେଳିଲେ ତାହା ବହୁତ ଖାସ ଥିଲା । ଏହାକୁ ହାଲୁକା ଭାବେ ନେଇହେବ ନାହିଁ । ପାଟିଦାର ପଡିଆକୁ ଆସିବା ପରେ ହିଁ ସେ ବଡ ସଟ ଖେଳିବା ଆରମ୍ଭ କରିଥିଲେ । ସେ ୪୯ ବଲରେ ହିଁ ଶତକ ଲଗାଇଥିଲେ ।