ମାଘମେଳାକୁ ଓମିକ୍ରନ ଭୟ: ଜାରି ହେଲା ଗାଇଡଲାଇନ

ପ୍ରୟାଗରାଜ : ମାଘମେଳାକୁ ଘାରିଛି ଓମିକ୍ରନ ଭୟ । ପ୍ରୟାଗରାଜରେ ପ୍ରତି ବର୍ଷ ଆୟୋଜନ ହେଉଥିବା ସବୁଠୁ ବଡ ମେଳା ଉପରେ ଓମିକ୍ରନ ବିପଦ । ଓମିକ୍ରନକୁ ଦୃଷ୍ଟିରେ ରଖି ମାଘ ମେଳା ପ୍ରଶାସନ ଆଲର୍ଟ ହୋଇଛି । ସେହିପରି ମାଘ ମେଳାକୁ ଆସିବାକୁଥିବା ଶ୍ରଦ୍ଧାଳୁ, ସାଧୁ ସନ୍ଥ ଓ କଳ୍ପବାସୀଙ୍କ ପାଇଁ କୋଭିଡ ଟିକାର ଉଭୟ ଡୋଜ ସାର୍ଟିଫିକେଟ କିମ୍ବା ୭୨ ଘଣ୍ଟା ପୂର୍ବର ଆରଟିପିସିଆର ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।

ଏହି ମେଳାର ସବୁ ପଏଣ୍ଟରେ କରୋନା ଯାଞ୍ଚ କରାଯିବା ସହ ପ୍ରତିଦିନ ହଜାରେ ଲୋକଙ୍କ କୋଭିଡ ଯାଞ୍ଚ କରାଯାଉଛି । ଏହାସହ ମେଳା ଅଞ୍ଚଳରେ ଟୀକାକରଣକୁ ମଧ୍ୟ ଜୋରଦାର କରାଯାଉଛି । ମେଳା ଅଧିକାରୀଙ୍କ ସୂଚନା ଅନୁସାରେ ମାଘ ମେଳାରେ କୋଭିଡ ନିୟମ କଡାକଡି ଭାବେ ପାଳନ କରାଯିବ । ସେ କହିଛନ୍ତି ଯେ କୋଭିଡ ଟେଷ୍ଟ ଓ ଭ୍ୟାକସିନେସନର ମୋବାଇଲ ଟିମ ମଧ୍ୟ ଉପସ୍ଥିତ ରହିବେ ଏହି ମେଳାରେ । ସେ କହିଛନ୍ତି ଯେ ମେଳାର ସାଧୁ ସନ୍ଥ ଓ ସଂସ୍ଥାଗୁଡିକ ସହ ବୈଠକ କରି ଆଡ଼ଭାଇଜରୀ ଜାରି କରାଯାଇଛି ।