ବିଧାନସଭା ନିର୍ବାଚନ ପୂର୍ବରୁ ନବଜୋତ ସିଂହ ସିଦ୍ଧୁଙ୍କ ବଡ ପ୍ରତିଶ୍ରୁତି

ଚଣ୍ଡୀଗଡ : ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ବଡ ପ୍ରତିଶ୍ରୁତି ଘୋଷଣା କରିଛନ୍ତି । ଭୋଟରଙ୍କୁ ହାତେଇବାକୁ ରାଜନେତାଙ୍କ ତରଫରୁ ଲଗାତାର ବିଭିନ୍ନ ପ୍ରତିଶୃତି କରାଯାଉଛି । ବର୍ତ୍ତମାନ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ଘୋଷଣା କରିଛନ୍ତି ଯେ ଯଦି କଂଗ୍ରେସ କ୍ଷମତାକୁ ଆସେ ତା ହେଲେ ପ୍ରତ୍ୟେକ ମହିଳାଙ୍କୁ ମାସିକ ୨ ହଜାର ଟଙ୍କା ସହ ବର୍ଷକୁ ୮ଟି ଗ୍ୟାସ ସିଲିଣ୍ଡର ଦିଆଯିବ । ଏକ ରାଲିରେ ସିଦ୍ଧୁ ଏହି ଘୋଷଣା କରିଛନ୍ତି ।

କହିଛନ୍ତି ଯେ ପଞ୍ଜାବ ମହିଳାଙ୍କୁ ମାସିକ ୨ ହଜାର ଟଙ୍କା ଦିଆଯିବ । ପୂର୍ବରୁ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ ଯେ ପ୍ରତ୍ୟେକ ମହିଳାଙ୍କୁ ମାସିକ ହଜାରେ ଟଙ୍କା ଦିଆଯିବ ।