ସଲମାନଙ୍କ ଶୋ’ରେ ଅଗ୍ନିକାଣ୍ଡ

ମୁମ୍ୱାଇ : ମୁମ୍ୱାଇର ଗୋରେଗାଓଁ ସ୍ଥିତ ରିୟାଲିଟି ଶୋ ‘ବିଗ ବସ’ ସେଟରେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଘଟଣାସ୍ଥଳରେ ୪ଟି ଦମକଳ ବାହିନୀ ଗାଡି ନିଆଁକୁ ଆୟତ୍ତ କରିଛି । ତେବେ ‘ବିଗ ବସ’ ସେଟରେ କେଉଁଠି ନିଆଁ ଲାଗିଛି ତାହା ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ ।

ସେହିପରି ଏହି ଅଗ୍ନିକାଣ୍ଡରେ ଜନଜୀବନ କ୍ଷତି ହୋଇନଥିବା ଜଣାପଡିଛି । ସଲମାନ ଖାନ ବିଗ ବସର ୧୫ତମ ସଂସ୍କରଣର ଫାଇନାଲ ନିକଟରେ ଶେଷ ହୋଇଥିଲା । ବିଗ ବସର ୧୫ତମ ସଂସ୍କରଣରେ କରଣ କୁନ୍ଦ୍ରା, ସିମ୍ୱା ନାଗପାଳ, ନିଶାନ୍ତ ଭଟ୍ଟ, ସମିତା ସେଟ୍ଟୀ, ରଶ୍ମି ଦେସାଇ ଏବଂ ତେଜସ୍ୱୀ ପ୍ରକାଶଙ୍କ ପରି ସେଲିବ୍ରିଟି ସାମିଲ ହୋଇଥିଲେ ।