ଅଗ୍ନିପଥ ବିବାଦ: ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ
କେନ୍ଦ୍ର ସରକାରଙ୍କର ଐତିହାସିକ ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କୁ ସେନାରେ…
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ଐତିହାସିକ ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କୁ ସେନାରେ ନିଯୁକ୍ତି ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିଲାବେଳେ ବିରୋଧୀ ଏବଂ ଅସାମାଜିକ ତତ୍ତ୍ୱଙ୍କ ପକ୍ଷରୁ କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନାକୁ ବିରୋଧ ଜାରି ରହିଛି । ବିଭିନ୍ନ ସରକାରୀ ଯୋଜନାକୁ ରାଜନୀତିକ ରଙ୍ଗ ଦିଆଯାଇ ବିରୋଧ କରାଯିବା ଦୁର୍ଭାଗ୍ୟଜନକ ବୋଲି ମୋଦି କହିଛନ୍ତି । ପ୍ରଗତି ମୈଦାନ ଇଣ୍ଟିଗ୍ରେଟେଡ ଟ୍ରାଞ୍ଜିଟ କରିଡର ପ୍ରକଳ୍ପ ଅଧୀନରେ ତିଆରି ହୋଇଥିବା ମୁଖ୍ୟ ଟନେଲ ଓ ୫ଟି ଅଣ୍ଡରପାସ ରାସ୍ତାର ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଅଗ୍ନିପଥ ଯୋଜନା ବିରୋଧରେ ଚାଲିଥିବା ଆନ୍ଦୋଳନ ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଭାରତ ଓ ଭାରତୀୟଙ୍କ କଲ୍ୟାଣ ଏବଂ ମଙ୍ଗଳ ପାଇଁ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜନୀତିକ ରଙ୍ଗ ଦିଆଯାଉଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଛନ୍ତି ।