ବର୍ଜ୍ୟବସ୍ତୁ ଉଠାଇ ସ୍ୱଚ୍ଛତାର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦିଲ୍ଲୀର ପ୍ରଗତି ମୈଦାନ ଠାରେ ଏକୀକୃତ ଟ୍ରାଂଜିଟ ପ୍ରକଳ୍ପର….

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦିଲ୍ଲୀର ପ୍ରଗତି ମୈଦାନ ଠାରେ ଏକୀକୃତ ଟ୍ରାଂଜିଟ ପ୍ରକଳ୍ପର ଉଦଘାଟନ କରିବା ସହିତ ଦେଶବାସୀଙ୍କୁ ସ୍ୱଚ୍ଛତାର ବାର୍ତ୍ତା ଦେଇଛନ୍ତି । ପ୍ରକଳ୍ପରେ ନିର୍ମାଣ କରା ଯାଇଥିବା ସୁଡଙ୍ଗର ନୀରିକ୍ଷଣ କରିବା ସମୟରେ କିଛି ବର୍ଜ୍ୟବସ୍ତୁ ପଡିଥିବାର ଦେଖିବା ପରେ ସେ ନିଜକୁ ରୋକି ପାରି ନଥିଲେ ଓ ଏହାକୁ ଉଠାଇବା ଆରମ୍ଭ କରି ଦେଇଥିଲେ । ଉଦଘାଟନ ପରେ ସୁଡଙ୍ଗକୁ ନୀରିକ୍ଷଣ କରିବା ସହ ସେଠାରେ ତିଆରି ହୋଇଥିବା କଳାକୃତିକୁ ଦେଖୁଥିଲେ । ସେତେବେଳେ ତାଙ୍କର ଦୃଷ୍ଟି ସୁଡଙ୍ଗ ନିକଟରେ ପଡିଥିବା ବର୍ଜ୍ୟବସ୍ତୁ ଉପରେ ପଡିଥିଲ।। ସେ ସଙ୍ଗେ ସଙ୍ଗେ ତାକୁ ଉଠାଇଥିଲେ । ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।