ନୂଆଦିଲ୍ଲୀ: ଆଜି ଅପରାହ୍ଣ ୩.୩୦ରେ ଭାରତର ନିର୍ବାଚନ କମିସନ୍ ୫ଟି ରାଜ୍ୟ: ଗୋଆ, ପଞ୍ଜାବ, ମଣିପୁର, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ। ଏଥିନିମନ୍ତେ ନିର୍ବାଚନ କମିସନ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି। ଉକ୍ତ ସାମ୍ବାଦିକ ସମ୍ମଳନୀରେ ଗୋଆ, ପଞ୍ଜାବ, ମଣିପୁର, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନର ସମୟ ସାରଣୀ ଘୋଷଣା କରାଯିବ।
ଦେଶର କୋଭିଡ୍-୧୯ ପରିସ୍ଥିତି ସଂକ୍ରାନ୍ତରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସହ ଗୁରୁବାର ଦିନ ସମୀକ୍ଷା ବୈଠକ ପରେ କମିସନ୍ ଉପରୋକ୍ତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନିମନ୍ତେ ସମୟ ସାରଣୀ ଘୋଷଣା କରିବାକୁ ଯାଉଛନ୍ତି।