୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଜଣେ ଗିରଫ

ପୁରୀ: ପୁରୀରୁ ପୁଣି ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ବ୍ରାଉନସୁଗାର କିଙ୍ଗପିନ୍ ଭାବେ କୁଖ୍ୟାତ ଦେବୀ ଗଳିର ଜଗା ଓରଫ ଜଗବନ୍ଧୁ ବଇଠାରୁକୁ ପୁଲିସ ଗିରଫ କରିଛି। ତାଠାରୁ ୨୫୫ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ ହୋଇଛି।

ଜବତ ବ୍ରାଉନସୁଗାରର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ପିପିଲି ଏସଡିପିଓ ଅଭିମନ୍ୟୁ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚଢ଼ାଉ କରାଯାଇ ଜଗବନ୍ଧୁ ବଇଠାରୁକୁ ଗିରଫ କରାଯାଇଛି।