ନୂଆଦିଲ୍ଲୀ: ଲଗାଣ ବର୍ଷାରେ ବେହାଲ ହୋଇଛି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା । ଏହି ଦୁଇ ରାଜ୍ୟ ବର୍ଷ ଏଭଳି ତାଣ୍ଡବ ରଚିଛି ଯେ ଚାରିଆଡ଼େ ଖାଲି ପାଣି ହିଁ ପାଣି। ଲଗାଣ ବର୍ଷା ଯୋଗୁଁ ଚାରିଆଡ଼େ ଜଳମଗ୍ନ ହୋଇଯାଇଥିବାରୁ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏହା ସହ ଦୁଇଟି ରାଜ୍ୟରୁ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି।

ତେବେ ତେଲେଙ୍ଗାନାରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୪ଜଣଙ୍କ ମୃତ୍ୟୁ ହୋଇଛି। ଲଗାଣ ବର୍ଷାରେ କେଉଁଠି ଗାଡ଼ି ଭାସିଯାଉଛି ତ କେଉଁଠି ଘର ଭିତରେ ପାଣି ପଶି ଘର ଭୁଶୁଡ଼ି ପଡ଼ୁଛି। କେତେକ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ବେଳେ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଏବଂ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଛି। ଏହାସହ ଉଭୟ କେନ୍ଦ୍ର ଏବଂ ରାଜ୍ୟର ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।
ରାଜ୍ୟରେ ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏକ ବୈଠକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲଗାଣ ବର୍ଷା ପାଇଁ ଅକ୍ଟୋବର ୧୪ ଏବଂ ୧୫ରେ ଓସମାନିଆ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି। ତେବେ ଏହି ଦୁଇ ରାଜ୍ୟରେ ବର୍ଷା ରଚିଥିବା ତାଣ୍ଡବର ଅନେକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।