ଅକ୍ଟୋବର ୨୬କୁ ଘୁଞ୍ଚିଲା ଦିଲୀପ ରାୟଙ୍କ ଶୁଣାଣି

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨୬ ତାରିଖକୁ ଘୁଞ୍ଚିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଦଣ୍ଡବିଧାନ । ୧୯୯୯ ମସିହାରେ କୋଇଲା ଦୁର୍ନୀତିକୁ ନେଇ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ତେବେ ଏହି ମାମଲାରେ ସମସ୍ତ ଦୋଷୀକୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଦୋଷୀ କୋଭିଡ୍-୧୯ ପ୍ରତିଷେଧକ ସହ ହାଜର ହେବାକୁ କୁହାଯାଇଛି। ଦିଲୀପଙ୍କ ବ୍ୟତୀତ ୩ ବରିଷ୍ଠ ଅଧିକାରୀ ମଧ୍ୟ ଏଥିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସୂଚନା ଅନୁସାରେ ,ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାରରେ ମନ୍ତ୍ରୀ ଥିଲେ ଦିଲୀପ ରାୟ । ୧୯୯୯ ମସିହାରେ ଝାଡ଼ଖଣ୍ଡର ଗିରଡିହରେ ଥିବା ବ୍ରହ୍ମାଡିହ କୋଇଲା ଖଣି ଆବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା।

ଏନେଇ ଦିଲ୍ଲୀର ସ୍ପେଶାଲ କୋର୍ଟ ଜଜ୍‌ ପରାଶର ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସିବିଆଇର ଚାର୍ଜସିଟ୍ ଅନୁସାରେ, କାଷ୍ଟ୍ରନ୍ ଟେକ୍ନୋଲଜି ଲିମିଟେଡ୍-CTL ୧୯୯୮ରେ ବ୍ରହ୍ମାଡିହ ଖଣି, କାଷ୍ଟ୍ରନ୍ ଟେକ୍ନୋଲଜି ଏହି ଖଣିର ଖନନ ପାଇଁ ଆବେଦନ କରିଥିଲା। ଆବଣ୍ଟନ ପୂର୍ବରୁ ଖଣି ଅନୁଧ୍ୟାନ କରିବାକୁ କୋଲ୍ ଇଣ୍ଡିଆ ସେଣ୍ଟ୍ରାଲ ମାଇନ୍ ପ୍ଲାନିଂ ଆଣ୍ଡ ଡିଜାଇନ୍ ଇନଷ୍ଟିଚ୍ୟୁଟ୍ ଲିମିଟେଡ୍-CMPDILକୁ ଦାୟିତ୍ୱ ଦେଇଥିଲା।