ଆମେରିକା ଘୂର୍ଣ୍ଣିଝଡରେ ୭୦ ମୃତ

ନୂଆଦିଲ୍ଲୀ : ଆମେରିକାରେ ଘୂର୍ଣ୍ଣିଝଡରେ ପ୍ରାୟ ୭୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେଣ୍ଟକି ଗଭର୍ନର ଏଣ୍ଡି ବେଶିୟର ଏମର୍ଜନ୍ସି ଘୋଷଣା କରିଛନ୍ତି । ସେ କହିଛନ୍ତି ରେସକ୍ୟୁ ଟିମ ସ୍ଥାନୀୟ ଅଞ୍ଚଳରେ ଉପସ୍ଥିତ ଅଛନ୍ତି ଏବଂ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ମେଫିଲ୍ଡ ଅଞ୍ଚଳରେ ମହମବତୀ କାରଖାନାରେ ଝଡ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି । ଝଡ କାରଖାନା ସହ ଧକ୍କା ହେଲାବେଳେ କାରଖାନାରେ ୧୦୦ରୁ ଅଧିକ ଲୋକ କାମ କରୁଥିଲେ ।

ଟେନେସି ଜରୁରୀକାଳୀନ ପ୍ରବନ୍ଧକ ଏଜେନ୍ସିର ପ୍ରବକ୍ତା କହିଛନ୍ତି ଯେ ଟେନେସିରେ ରାଜ୍ୟର ଉତ୍ତର-ପଶ୍ଚିମ ଅଞ୍ଚଳରେ ଲେକ କାଉଣ୍ଟିରେ ଝଡ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ପଡୋଶୀ ଓବିଆନ କାଉଣ୍ଟିରେ ଜଣକର ମୃତୁ ହୋଇଛି । ଅନ୍ୟପକ୍ଷରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ମିସୋରିରେ ସେଣ୍ଟ ଚାର୍ଲ୍ସ ଲୁଇସ କାଉଣ୍ଟିର କିଛି ସ୍ଥାନରେ ଘଣ୍ଟା ପ୍ରତି ୧୧୨ ମାଇଲ ବେଗରେ ପବନ ହୋଇଥିବା ଜଣାପଡିଛି । ଅନ୍ୟପକ୍ଷରେ ମାସୋରିରେ କିଛି ଘର ଓ କୋଠା ଭାଙ୍ଗି ଯାଇଥିବା ଜଣାପଡିଛି ।