ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ୱିଟର୍‌ ହ୍ୟାକ୍‌

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଛି । ଭାରତରେ ଏବେ ବିଟ୍‌ କଏନ୍‌ ଅଥବା ଅନ୍ୟ କୌଣସି ମୁଦ୍ରାକୁ ସରକାର ମାନ୍ୟତା ଦେଇନାହାନ୍ତି । ଏହାରି ମଧ୍ୟରେ ହ୍ୟାକର୍ସ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍‌ କରି ବିଟକଏନକୁ ନେଇ ଏଭଳି ଟୁଇଟ୍‌ କରିଛନ୍ତି । ଅଳ୍ପ ସମୟ ମଧ୍ୟରେ ଏହାକୁ ଡିଲିଟ୍‌ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ପିଏମଙ୍କ ଟୁଇଟର୍‌ ଆକାଉଣ୍ଟକୁ ପୁଣି ଥରେ ସୁରକ୍ଷିତ କରାଯାଇଛି ।

ରାତି ୨ଟା ୧୧ ମିନିଟରେ ପ୍ରଧାନମନ୍ତ୍ରୀଙ୍କ ଟୁଇଟର ଆକାଉଣ୍ଟକୁ ହ୍ୟାକ୍‌ କରାଯାଇଥିଲା । ହ୍ୟାକର୍‌ ଏକ ଟୁଇଟ୍‌ କରି ଦାବି କରିଥିଲେ ଯେ, ଭାରତ ସରକାରୀ ଭାବେ ବିଟ୍‌ କଏନକୁ ଆଇନଗତ ଭାବେ ସ୍ୱୀକୃତି ପ୍ରଦାନ କରିଛି । ସରକାର ମଧ୍ୟ ୫୦୦ ବିଟ୍‌ କଏନ କିଣି ଲୋକଙ୍କୁ ବାଣ୍ଟୁଛନ୍ତି । ମାତ୍ର ୨ ମିନିଟ ପରେ ଏହି ଟୁଇଟକୁ ଡିଲିଟ କରି ଦିଆଯାଇଛି । ପୁଣି ଥରେ ରାତି ୨ଟା ୧୪ ମିନିଟ ବେଳକୁ ପୂର୍ବ ଭଳି ଟୁଇଟର ଆକାଉଣ୍ଟ ସୁରକ୍ଷିତ ଅଛି ବୋଲି ଟ୍ୱିଟ୍‌ କରାଯାଇଥିଲା ।