କ୍ଲାସ ରୁମରେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର : କ୍ଲାସ ରୁମରେ ପିଲାଙ୍କ ସହ ବସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍କାର୍ଟ ସ୍କୁଲ ରୂପାନ୍ତରଣର କଲେ ଅନୁଧ୍ୟାନ । ଗଂଜାମ ଜିଲ୍ଲା ଗସ୍ତ ଅବସରରେ ହିଞ୍ଜିଳିକାଟୁସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ଼ ବିଦ୍ୟାଳୟରେ ଯାଇଥିଲେ ମୁଖ୍ୟମନ୍ତ୍ରୀ । ପରେ ନିଜ ନିର୍ବାଚନ କ୍ଷେତ୍ରରେ ସ୍ମାର୍ଟ ସ୍କୁଲ ରୂପାନ୍ତରଣର ଅନୁଧ୍ୟାନ କରିଥିଲେ । ମୁଖ୍ୟମନ୍ତ୍ରୀ ସ୍ମାର୍ଟ କ୍ଲାସରେ ପିଲାମାନଙ୍କ ଗହଣରେ ବସିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ଏହି ସ୍କୁଲରେ ପ୍ରତିଷ୍ଠା ହୋଇଥିବା ଅତ୍ୟାଧୁନିକ ଲାବୋରେଟୋରୀ ଓ ଲାଇବ୍ରେରୀକୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ସ୍ୱାସ୍ଥ୍ୟ ସେବା ସହ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଇ ଆରମ୍ଭ ହୋଇଛି ସରକାରୀ ସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମ । ଗଞ୍ଜାମ ଜିଲ୍ଲାରେ ମୋଟ୍‌ ୫୩ଟି ସ୍କୁଲକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରଣ କରାଯାଇଛି ।