ଆନ୍ଧ୍ର-ଚଣ୍ଡିଗଡରେ ପଶିଲା ଓମିକ୍ରନ୍‌

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକାରେ ଓମିକ୍ରନର ନୂଆ ଭାରିଆଣ୍ଟ ସାରା ବିଶ୍ୱରେ ଆତଙ୍କ ଖେଳାଇଛି । ଭାରତରେ ମଧ୍ୟ ଓମିକ୍ରନ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛ । ସେହିପରି ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡରେ ଗୋଟିଏ ଲେଖାଏଁ ଓମିକ୍ରନ ଚିହ୍ନଟ ହୋଇଛନ୍ତି । ଏହାସହ ଭାରତରେ ଏପର୍ଯ୍ୟନ୍ତ ମୋଟ ୩୫ଟି ଓମିକ୍ରନ ଚିହ୍ନଟ ହୋଇସାରିଲାଣି । ସୂଚନା ଅନୁସାରେ ଚଣ୍ଡିଗଡରେ ୨୦ ବର୍ଷିୟ ଯୁବକ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶରେ ମଧ୍ୟ ଚିହ୍ନଟ ହୋଇଛି । ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୧୭ଟି ଓମିକ୍ରନ ଚିହ୍ନଟ ହୋଇଥିବାବେଳେ ରାଜସ୍ଥାନରେ ୯ଟି, ଗୁଜୁରାଟରେ ୩ଟି, କର୍ଣ୍ଣାଟକ ଓ ଦିଲ୍ଲୀରେ ୨ଟି ଏବଂ ଆନ୍ଧ୍ର ପ୍ରଦେଶ ଓ ଚଣ୍ଡିଗଡରେ ଗୋଟିଏ ଲେଖାଏଁ ଚିହ୍ନଟ ହୋଇଛି ।