କଙ୍ଗନାଙ୍କୁ ଭିକି-କ୍ୟାଟଙ୍କ ଉପହାର

ମୁମ୍ବାଇ : ନିକଟରେ କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବାହାଘର ହୋଇଛି । ଏହି ନବ ବିବାହିତ ଦମ୍ପତି ମୁମ୍ବାଇ ପହଞ୍ଚି ନିଜ ବନ୍ଧୁମାନଙ୍କୁ ରିଟର୍ନ ଗିଫ୍ଟ ପଠାଇ ଧନ୍ୟବାଦ ଜଣାଇଛନ୍ତି । ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ବିକ୍କି-କ୍ୟାଟ୍ରିନାଙ୍କ ପ୍ରଶଂସା କରିଥିଲେ । କଙ୍ଗନା ତାଙ୍କର ଏକ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ବାହାଘର ପରେ ବିକ୍କି-କ୍ୟାଟ୍ରିନା କଙ୍ଗନାଙ୍କ ପାଇଁ ଏକ ଉପହାର ପଠାଇଛନ୍ତି । ଉପହାର ପାଇ କଙ୍ଗନା ଧନ୍ୟବାଦ ଜଣାଇଛନ୍ତି । କଙ୍ଗନାଙ୍କ ପାଇଁ ଦେଶୀ ଗୁଆ ଘିଅରେ ପ୍ରସ୍ତୁତ ହୋଇଥିବା ଲଡୁ ପଠାଇଛନ୍ତି । ଏହାସହ ଫୁଲ ଓ ଏକ ନୋଟ ମଧ୍ୟ ଅଛି । ଏନେଇ କଙ୍ଗନା ନିଜ ସୋସିଆଲ ମିହିଆରେ ଏହାର ଫଟୋ ସେୟାର କରିଛନ୍ତି ।