ବଲିଉଡକୁ ଫେରିବେ ଭେଙ୍କଟେଶ

ମୁମ୍ବାଇ: ସାଜିଦ ନାଡିଆଡୱାଲାଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିୱାଲୀ’କୁ ନେଇ ଚର୍ଚ୍ଚାରେ । ଏହି ଫିଲ୍ମରେ ସଲମାନଙ୍କ ସହ ସାଉଥ ଅଭିନେତା ଭେଙ୍କଟେଶଙ୍କୁ ଦେଖିବାକୁ ମିଳିପାରେ । ସୂଚନା ଅନୁଯାୟୀ ୨୫ ବର୍ଷ ପରେ ଭେଙ୍କଟେଶ ବଲିଉଡକୁ ଫେରିବେ । ତାଙ୍କୁ ସଲମାନଙ୍କ ସହ ସମାନ ଭୂମିକାରେ ଦେଖିବାକୁ ମିଳିବ । ଏବେ ଦର୍ଶକ ପ୍ରଥମଥର ପାଇଁ ଦୁଇ ଦିଗଜ ଅଭିନେତାଙ୍କୁ ସ୍କ୍ରିନରେ ଦେଖିବାକୁ ପାଇବେ ।

ଏହି ଫିଲ୍ମରେ ସଲମାନ ଏବଂ ଭେଙ୍କଟେଶ ପ୍ରମୁଖ ଭୂମିକାରେ ଅଭିନୟ କରିବେ । ସେହିପରି ଦକ୍ଷିଣ ଇଣ୍ଡଷ୍ଟ୍ରିର ଜଣେ ବଡ ଅଭିନେତ୍ରୀଙ୍କୁ ଏଥିରେ କାଷ୍ଟ କରିପାରନ୍ତି ବୋଲି କୁହାଯାଉଛି । ନିକଟରେ ସଲମାନ କହିଥିଲେ ଯେ ସେ ଭେଙ୍କଟେଶଙ୍କ ସହ ଏକ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ସେବେଠାରୁ ଉଭୟଙ୍କୁ ଏକାଠି ଦେଖିବା ପାଇଁ ପ୍ରଶଂସକଙ୍କ ଉତ୍ସାହ ବଢିଯାଇଛି । ଏହି ଫିଲ୍ମଟି ବର୍ତ୍ତମାନ ପ୍ରୀ-ପ୍ରଡକ୍ସନ୍‌ ଷ୍ଟେଜରେ ଅଛି । ଜାନୁଆରୀରୁ ଫିଲ୍ମର ମୁମ୍ବାଇ କାର୍ଯ୍ୟସୂଚୀ ଆରମ୍ଭ ହୋଇପାରେ ।