ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଚେତାବନୀ ଦେଲେ ଗଡକରୀ

ଗାଜିଆବାଦ: ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଚେତାବନୀ ଦେଇଛନ୍ତି ନୀତିନ ଗଡକରୀ । ଏବେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଆଉ ତ୍ରାହି ନାହିଁ । କେନ୍ଦ୍ର ସରକାର ଖୁବଶୀଘ୍ର ଗାଡିର ବେଗକୁ ନେଇ ଏକ ନୂଆ ନିୟମ ଆଣିବାକୁ ଯାଉଛନ୍ତି । ଯଦି କିଏ ଟ୍ରାଫିକ ନିୟମ ଉଲ୍ଲଂଘନ କରେ ତେବେ ଚାଳକଙ୍କ ବିରୋଧରେ ଏଫଆଇଆର ରୁଜୁ ହେବ । ଏନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି । ଗଡକରୀ ୟୁପିର ଗାଜିଆବାଦ ସ୍ଥିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଶୀଘ୍ର ହାଇୱେ ଓ ଏକ୍ସପ୍ରେସ୍‌ ୱେ ଉପରେ ସ୍ପିଡକୁ ନେଇ ନୂତନ ନିୟମ ଆସିବ ।

ଯଦି କେହି ଟ୍ରାଫିକ ନିୟମ ଭାଙ୍ଗିବ ତେବେ କ୍ୟାମେରାରେ ଏହା ରେକର୍ଡ ହୋଇଯିବ । ସୂଚନାଯୋଗ୍ୟ ଡାସନାରେ ଇଣ୍ଟିଗ୍ରେଟେଡ୍‌ ଟ୍ରାନ୍ସପୋର୍ଟସନ ସିଷ୍ଟମ କଣ୍ଟ୍ରୋଲ ରୁମ ବିଲ୍ଡିଂ, ଦିଲ୍ଲୀ ମେରଠ ଏକ୍ସପ୍ରେସ ୱେରେ ଯାତାୟତ ଗତିବିଧି ଉପରେ ନଜର ରଖିବା ପାଇଁ ଗଠନ କରାଯାଇଛି । ଏହା ଆସନ୍ତା ପାଞ୍ଚ ବର୍ଷ ଭିତରେ ଉତ୍ତର ପ୍ରଦେଶର ରାସ୍ତା ଆମେରିକା ଓ ୟୁରୋପିୟନ ଭଳି ହେବ ।