ଥାନାରେ କଙ୍ଗନା

ନୂଆଦିଲ୍ଳୀ : ବଲିଉଡର ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ ତାଙ୍କର ବିଭିନ୍ନ ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏହା ବିରୋଧରେ ତାଙ୍କ ନାମରେ ଅନେକ ମାମଲା ରୁଜୁ ମଧ୍ୟ ହୋଇଛି । ତେବେ ଏହି ମାମଲାକୁ ନେଇ ମୁମ୍ବାଇର ଖାର ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି କଙ୍ଗନା ରଣାୱତ । ଯାହା ସୋସିଆଲ ମିଡିଆ ପୋଷ୍ଟରେ କଙ୍ଗନା କୃଷକଙ୍କ ତୁଳନା ଖଲିସ୍ଥାନୀଙ୍କ ସହ କରିବା ସହ କୃଷକଙ୍କ ଅପମାନ ମଧ୍ୟ କରିଥିଲେ । ଏହାକୁ ନେଇ ଶିଖ୍‌ ସଙ୍ଗଠନ କଙ୍ଗନାଙ୍କ ନାଁରେ ଏକ ମାମଲା ମଧ୍ୟ ରୁଜୁ କରିଥିଲେ ।

ଏହି ମାମଲାକୁ ନେଇ ସେ ନିଜ ବୟାନ ରେକର୍ଡ କରିବା ପାଇଁ ଥାନରେ ପହଞ୍ଚିଛନ୍ତି । ଏହି ମାମଲାରେ କଙ୍ଗନାଙ୍କୁ ନୋଟିସ ଜାରି କରିଥିଲା । କଙ୍ଗନାଙ୍କ ବିରୋଧରେ ଶିଖ୍‌ ସଂଗଠନ ଏହି ଅଭିଯୋଗ କରିଥିଲେ ଯେ, କଙ୍ଗନା ରାନାୱତ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନକୁ ଖିଲିସ୍ଥାନୀ ଆନ୍ଦୋଳନ ବୋଲି ଆଖ୍ୟା ଦେଇଥିଲେ । ଅନ୍ୟପକ୍ଷରେ ଚଳିତ ମାସରେ କଙ୍ଗନା ଏହି ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।