ସାଧାରଣ ବଜେଟ୍‌ ୨୦୨୩-୨: ଶସ୍ତା ହେଲା କ୍ୟାମେରା ଲେନ୍ସ , ଟିଭି ସହ ଏହି ସବୁ ଦ୍ରବ୍ୟ

ସାଧାରଣ ବଜେଟ୍‌ ୨୦୨୩-୨୪ରେ କେନ୍ଦ୍ର ଅର୍ଥମନ୍ତ୍ରୀ …

ନୂଆଦିଲ୍ଲୀ : ସାଧାରଣ ବଜେଟ୍‌ ୨୦୨୩-୨୪ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଅନେକ ବଡ ଘୋଷଣା କରିଛନ୍ତି । ଏହି ବଜେଟ୍‌ରେ ମଧ୍ୟବିତ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟି ଦିଆଯାଇଥିବା କୁହାଯାଉଛି । ଆୟକର ରିହାତି ସୀମା ୫ ଲକ୍ଷରୁ ୭ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ସାଧାରଣ ବଜେଟ୍‌ରେ ଏକ ବର୍ଷ ପାଇଁ କ୍ୟାମେରା ଲେନ୍ସରୁ କଷ୍ଟମ ଡ୍ୟୁଟି ବା ସୀମା ଶୁଳ୍କ ମୁକ୍ତ କରାଯାଇଛି ।

ଏହା ସହ ଟିଭିର ଯନ୍ତ୍ରାଶଂ ସୀମା ଶୁଳ୍କ ୫ ପ୍ରତିଶତରୁ ୨.୫ ପ୍ରତିଶତକୁ ହ୍ରାସ କରାଯାଇଛି ।

ଚିଙ୍ଗୁଡି ଖାଦ୍ୟର ବିଭିନ୍ନ ମୌଳିକ ଉତ୍ପାଦରେ ସୀମା ଶୁଳ୍କ ହ୍ରାସ କରାଯାଇଛି ।

କାର୍‌ ଦର ମଧ୍ୟ ହ୍ରାସ ପାଇବ ।

ଇଲେକ୍ଟ୍ରିକ୍‌ ବାହନ ଶସ୍ତା

ଇସ୍ପାତ ବା ଷ୍ଟିଲ୍‌ ଶସ୍ତା

ଏହା ସହ ମୋବାଇଲ୍‌ ଫୋନ୍‌ ଦର ମଧ୍ୟ କମିବ । ଏହି ସବୁ ସାମଗ୍ରୀ ଉପରୁ ସୀମା ଶୁଳ୍କ ସହ ଅନ୍ୟ ସେସ୍‌ ହ୍ରାସ କରାଯାଇଛି ।

ଲିଥିଅମ୍‌-ଆୟନ ବ୍ୟାଟେରୀ ସେଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଯନ୍ତ୍ରାଶଂ ଉପରୁ ସୀମା ଶୁଳ୍କ ହ୍ରାସ କରାଯାଇଛି । ଏହା ଦ୍ୱାରା ଦେଶରେ ଅଧିକ ଏପରି ଉଦ୍ୟୋଗ ସ୍ଥାପନ ପାଇଁ ପ୍ରୋତ୍ସାହନ ମିଳିବ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।