୭ ଲକ୍ଷ ଟଙ୍କା ଯାଏଁ ବାର୍ଷିକ ଆୟରେ ଦେବାକୁ ପଡିବନି କୌଣସି ଟ୍ୟାକ୍ସ

ମଧ୍ୟବିତ୍ତ ପରିବାର ଓ ସରକାରୀ ଚାକିରୀଆମାନଙ୍କ ପାଇଁ ….

ନୂଆଦିଲ୍ଲୀ : ମଧ୍ୟବିତ୍ତ ପରିବାର ଓ ସରକାରୀ ଚାକିରୀଆମାନଙ୍କ ପାଇଁ ବଡ ଆଶ୍ୱସ୍ତି । ନୂଆ ଆୟକର ବ୍ୟବସ୍ଥା ଅନୁଯାୟୀ ଯଦି ଆପଣଙ୍କର ବାର୍ଷିକ ଆୟ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥାଏ ତେବେ କୌଣସି ଟ୍ୟାକ୍ସ ଦେବାକୁ ପଡିବନି । ପୂର୍ବରୁ ଏହା ୫ ଲକ୍ଷ ପର୍ଯ୍ୟନ୍ତ ଥିଲା । ଏବେ ଏଥିରେ ପରିବର୍ତ୍ତନ କରାଯାଇ ୭ ଲକ୍ଷ ଟଙ୍କା ଯାଏଁ ବୃଦ୍ଧି କରାଯିବାକୁ ଘୋଷଣା ହୋଇଛି ।