ଧର୍ମକୁ ଆଖିଠାର ଜି ଏସ୍ ଟି ସଂସ୍କାର: ଗରିବ ମାଇପକୁ ଶାଳୀ କରିବାର ଯୋଜନା
ଧର୍ମକୁ ଆଖି ଠାର ମାରିଛନ୍ତି ନରେନ୍ଦ୍ର ମୋଦୀ । ଦ୍ୱିତୀୟ ପାଳି ଜି ଏସ୍ ଟି ନୀତି ଲାଗୁ କରି ନରେନ୍ଦ୍ର ମୋଦୀ ନିଜକୁ ତିସ୍ ମାର୍ ଖାନ୍ ଭାବିଛନ୍ତି । କିନ୍ତୁ ସତ କହିବାକୁ ଗଲେ, ସେଭଳି କିଛି ବାହାଦୁରି ପଣିଆ ଦେଖାଇ ନାହାନ୍ତି ମୋଦିଜୀ ।
ଗରିବ ମାଇପକୁ ଶାଳୀ କରିବାର ଅଭିନବ ଯୋଜନା ଆରମ୍ଭ କରିଚନ୍ତି ।
ଘରେ ଘରେ କଳ କାରଖାନା ବସାଇବା, ପ୍ରତ୍ୟେକ ଦୋକାନରେ ଦେଶୀ ସାମଗ୍ରୀ ମହଜୁଦ ରଖିବା, ସବୁ ଗାଁ, ସବୁ ପଂଚାୟତ, ସବୁ ବ୍ଲକ, ସବୁ ସବ୍ ଡିଭିଜନ୍, ସବୁ ଜିଲ୍ଲାରେ ସ୍ୱଦେଶୀ ସାମଗ୍ରୀ ବିକାଯିବ ।
ଏସବୁ କାର୍ଯ୍ୟ ପୂରଣ କରିବା ଦିଗରେ ପ୍ରତି ରାଜ୍ୟ ସରକାରକୁ ପୁରା ଦମ୍ ଲଗାଇବାକୁ କହିଛନ୍ତି ମୋଦିଜୀ ।
ଏଠାରେ ଲୋକଙ୍କୁ ଜଣାଇ ଦିଆଯାଉଛି କି ୨୦୨୫ ସେପ୍ଟେମ୍ବର ୨୨ ତାରିଖଠାରୁ ଦେଶରେ ଦୁଇଟି ଟିକସ୍ ଖସଡ଼ା ୫% ଓ ୧୮% ଲାଗୁ କରାଯାଇଛି ।
ଏହା ପୂର୍ବରୁ ମୋଦୀ ସରକାର ୫%, ୧୨%, ୧୮%, ୨୮% ଟିକସ ହାର ଲାଗୁ କରିଥିଲେ ।
ମୋଦୀଙ୍କ ଟିକସ୍ ସଂସ୍କାର ନୀତିର ଅନ୍ଧକାର ପାଶ୍ୱର୍ (ଡାର୍କ ସାଇଡ୍) ସଂପର୍କରେ ଜଣେ ସରକାରୀ ଅଧିକାରୀ କହିଛନ୍ତି, ମୋଦିଜୀଙ୍କ ଟିକସ ସଂସ୍କାର ନୀତି କାରସାଦି ଏକ ରାଜନୈତିକ ଜୁମଲା ।
ମୋଦୀ ତାଙ୍କର ବ୍ୟକ୍ତିଗତ ଫାଇଦା ପାଇଁ ଭାରତର ୧୪୩ କୋଟି ଜନତାଙ୍କ ଉପରେ ୨୦୧୭ ମସିହାରୁ ଜି ଏସ୍ ଟି ମାଡ଼ ବସାଇବା ଆରମ୍ଭ କଲେ । ଦୀର୍ଘ ୮ ବର୍ଷ ଧରି ୟେ ଦେଶର ୧୪୩ କୋଟି ଜନତା ମୋଦୀ ସରକାରଙ୍କ ଜି ଏସ୍ ଟି ମାଡ଼ ଖାଇ ଅସ୍ଥି କଙ୍କାଳ ସାର ହୋଇ ସାରିଛନ୍ତି ।
ଏବେ ଗରିବଙ୍କ ନିକଟରେ କେବଳ ମା’, ଝିଅ, ଭଉଣୀ ଅଛନ୍ତି, ସେମାନଙ୍କ ଉପରେ ବିଜେପିର ଖରାପ ନଜର ପଡ଼ିଛି । ଗରିବ ମା’, ଭଉଣୀ ଓ ଝିଅମାନଙ୍କ ଶରୀରରୁ ଲୁଗାପଟା ହଟାଇବା ପାଇଁ ମୋଦିଜୀ ଦ୍ୱିତୀୟ ପାଳି ଜି ଏସ୍ ଟି ଲାଗୁ କରିଛନ୍ତି ।
ମୋଦିଜୀ କହିବେ କି, ପ୍ରଥମ ପାଳି ଜି ଏସ୍ ଟି ଲାଗୁ କରି ଦେଶର ୧୨୦ କୋଟି ଗରିବଙ୍କୁ ଫକିର କରିସାରିବା ପରେ ଦ୍ୱିତୀୟ ପାଳି ଜି ଏସ୍ ଟି ଲାଗୁ କରି କୋଉ ପ୍ରଶଂସା ଆଶା କରୁଛନ୍ତି?
ଆମେରିକା ନିକଟରେ ଭାରତକୁ ବନ୍ଧା ପକାଇ ସାରିବା ପରେ ଏବେ ମୋଦୀଙ୍କ ମୁଣ୍ଡରେ ଚେତା ପଶୁଛି ।
୭ ବର୍ଷ କାଳ ୟେ ଦେଶର ନାଗରିକଙ୍କୁ ଗୋଇଠା ମାରି ଆସିଛ, ଏବେ ଲୋକଙ୍କ କାନକୁ ଶୁଣିଲା ଭଳି ପାଟିରେ ବିଷ୍ଣୁ କହି ଦେଇ ବାହାଦୁରି ନେବାକୁ ବସିଛନ୍ତି ।
ବିନା ସ୍ୱାର୍ଥରେ ମୋଦୀଙ୍କ ପାଟିରୁ ବିଷ୍ଣୁ ବାହାରିନି । ମୋଦୀଙ୍କ ଟିକସ ସଂସ୍କାର ନୀତି ଭିତରେ କିଛି ଗୋଟିଏ କପଟ ରହିଛି ଯାହାର ଅସଲ ଚେହେରା ଆଗାମୀ ଦିନରେ ଖୋଦ୍ ମୋଦୀ ଘୋଷଣା କରିବେ ।
ଆଉ ଜଣେ ରାଜନେତା କହିଛନ୍ତି, ମୋଦୀଙ୍କ ମାୟା ମୋଦୀଙ୍କୁ ଜଣା । ୨୦୧୭ ମସିହାରୁ କାହା ସ୍ୱାର୍ଥରେ ଜି ଏସ୍ ଟି ଆଦାୟ କଲେ, ଏବେ କାହା ସ୍ୱାର୍ଥରେ ଦ୍ୱିତୀୟ ସୋପାନ ଜି ଏସ୍ ଟି ଆଦାୟ କରୁଛନ୍ତି ।
ସେ ଗହନ କଥାର ସରଳ ଜବାବ କେବଳ ମୋଦୀ ଦେଇପାରିବେ ।