ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ ଅଫ ଅନର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ୟୁରୋପ ଗସ୍ତକୁ ଦୃଷ୍ଟିରେ ରଖି ଜର୍ମାନୀର ରାଜଧାନୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ୟୁରୋପ ଗସ୍ତକୁ ଦୃଷ୍ଟିରେ ରଖି ଜର୍ମାନୀର ରାଜଧାନୀ ବର୍ଲିନରେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ମୋଦୀଙ୍କ ଭବ୍ୟ ସ୍ୱାଗତ ହୋଇଥିବା ବେଳେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ମଧ୍ୟ ଦିଆଯାଇଥିଲା । ପରେ ଜର୍ମାନୀ ଚାନ୍ସଲେର ଔଲାଫ ସ୍କେଲଜଙ୍କୁ ଭେଟିଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ-ଜର୍ମାନୀ ମଧ୍ୟରେ ଷଷ୍ଠ ସରକାରୀ ବିଚାର ବିମର୍ଶ ଆଇଜିସିରେ ଅଧ୍ୟକ୍ଷତା କରିବେ ।
ଏହା ଏକ ବିଶିଷ୍ଟ କାର୍ଯ୍ୟକ୍ରମ ଯାହାକି ଭାରତ କେବଳ ଜର୍ମାନୀ ସହ କରିଥାଏ । ଏହି କାର୍ଯ୍ୟକ୍ରମରେ ଉଭୟ ଦେଶରେ ଅନେକ ମନ୍ତ୍ରୀ ସାମିଲ ହେବେ । ଭାରତ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାମିଲ ହେବେ ।