ରାନ୍ଧିବା ପୂର୍ବରୁ ଧୁଅନ୍ତୁ ନାହିଁ ଅଣ୍ଡା, ଜାଣନ୍ତୁ କାହିଁକି ?

ବିଶ୍ୱରେ କରୋନା ସଂକ୍ରମଣ ପରଠାରୁ ସଫାସୁତୁରା ପ୍ରତି ଲୋକେ ଅଧିକ ସଚେତନ…..

ବିଶ୍ୱରେ କରୋନା ସଂକ୍ରମଣ ପରଠାରୁ ସଫାସୁତୁରା ପ୍ରତି ଲୋକେ ଅଧିକ ସଚେତନ ହୋଇଯାଇଛନ୍ତି। ବାରମ୍ବାର ହାତ ଧୋଇବା ସାନିଟାଇଜ କରିବା ଏବେ ଲୋକଙ୍କ ଅଭ୍ୟାସରେ ପରିଣତ ହୋଇସାରିଲାଣି। ଏଥିରେ ଲୋକେ ବଜାରରୁ କିଣି ଆଣୁଥିବା ସାମଗ୍ରୀକୁ ମଧ୍ୟ ଭଲ ରୂପେ ସଫା କରିବା ପରେ ଫ୍ରିଜ ବା ରୋଷେଇ ଘର ଥାକରେ ରଖୁଛନ୍ତି। ଏଥିରେ ଲୋକେ ଅଣ୍ଡାକୁ ମଧ୍ୟ ଧୋଇ ଦେଉଛନ୍ତି। ତେବେ ଜାଣି ରଖନ୍ତୁ ଅଣ୍ଡାକୁ ରୋଷେଇ କରିବା ପୂର୍ବରୁ ଧୋଇବା ଉଚିତ ନୁହେଁ, କାରଣ ଏହାର ଖାଦ୍ୟ ଗୁଣ ନଷ୍ଟ ହୋଇଯାଏ।

ୟୁନାଇଟେଡ ଷ୍ଟେଟ୍ ଡିପାର୍ଟମେଣ୍ଟ ଅଫ ଏଗ୍ରିକଲଚର (ୟୁଏସଡିଏ)ଙ୍କ ଅନୁସାରେ ଫାର୍ମରେ ସବୁ ଅଣ୍ଡା ସାଫ ସଫେଇର ଜରୁରୀ ପ୍ରୋସେସ ଦେଇ ଆସିଥାଏ। ଏଣୁ ଘରେ ଅଧିକ ସଫା ସୁତୁରା କରିବାର କୌଣସି ଆବଶ୍ୟକତା ନାହିଁ। ଏହା ସତ୍ତ୍ୱେ ଯଦି ଆମେ ବଜାରରୁ ଅଣ୍ଡା ଆଣି ଘରେ ପୁଣି ଧୋଉଛନ୍ତି ତେବେ ଏହାର ପ୍ରାକୃତିକ ସୁରକ୍ଷା ପରସ୍ତ ‘କ୍ୟୁଟିକଲ’ ବା ବ୍ଲୁମ ଧୋଇ ହୋଇଯାଇଥାଏ। ଏହା କୁବ୍ କମ ଲୋକେ ଜାଣନ୍ତି।

ୟୁଏସଡିଏଙ୍କ ଅନୁସାରେ ପଲେଟ୍ରିରେ ଅଣ୍ଡାଗୁଡିକୁ ଇଡିଏବଲ ମିନେରାଲସ୍ ଅଏଲ ଦ୍ୱାରା କୋଟିଂ କରାଯାଇଥାଏ। ଫଳରେ ଅଣ୍ଡାକୁ କୌଣସି ବ୍ୟାକ୍ଟେରିଆ ଦୂଷିତ କରିପାରନ୍ତିନି। ଏହା ସତ୍ତ୍ୱେ ଯଦି ଘରେ ଆମେ ଟ୍ୟାପ ପାଣିରେ ଅଣ୍ଡାକୁ ଧୋଇଲେ ଏହାର ଖୋଳପା ଭିତରକୁ ବ୍ୟାକ୍ଟେରିଆ ଠେଲି ହୋଇଯାଇପାରନ୍ତି। କାରଣ ଅଣ୍ଡାର ଖୋଳ ହାତକୁ ଟାଣ ଲାଗୁଥିଲେ ହେଁ ଏହା ଫପସା। ଭିତରକୁ ବେଶ ସହଜରେ ବ୍ୟାକ୍ଟେରିଆଙ୍କୁ ଠେଲି ଦିଆଯାଇପାରେ।

ଏହା ବାଦେ ଯଦି ଆପଣ ସିଧା କୁକୁଡାଠାରୁ ଅଣ୍ଡା ଆଣୁଛନ୍ତି ତେବେ ଏହାକୁ ଉଷୁମ ପାଣିରେ ଧୋଇପାରନ୍ତି, ହେଲେ ସାବୁନରେ ସଫା କରିବାର କୌଣସି ଆବଶ୍ୟକତା ନାହିଁ। ଯଦି ସୁପରମାର୍କେଟରୁ ଅଣ୍ଡା କିଣୁଛନ୍ତି ତେବେ ଏଗୁଡିକୁ ନ ଧୋଇଲେ ବି ଚଳିବ। ଏହି ଅଣ୍ଡାଗୁଡିକୁ ଧୋଇଲେ ସ୍ୱାସ୍ଥ୍ୟ ବି ଖରାପ ହେବାର ସମ୍ଭାବନା ଅଧିକ ଥାଏ। ଏହା ସତ୍ତ୍ୱେ ବି ଯଦି ଅଣ୍ଡା ସଫା କରିବାର ଅଭ୍ୟାସରେ ପଡିଯାଇଛନ୍ତି ତେବେ ଓଦା କପଡାରେ ଅଣ୍ଡାକୁ ଭଲ ରୂପେ ପୋଛି ରେଫ୍ରିଜେରଟରରେ ରଖି ପାରନ୍ତି।