ଗୁଜୁରାଟରେ ଆୟୋଜନ ହେବ ଜାତୀୟ କ୍ରୀଡ!
ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ଗୁଜରାଟ ଅଲିମ୍ପିକ ସଂଘ ଓ ରାଜ୍ୟ ସରକାର ଆଗ୍ରହ ଦେଖାଇଛନ୍ତି…
ନୂଆଦିଲ୍ଲୀ : ବିଭିନ୍ନ କାରଣ ପାଇଁ ଅନେକଥର ସ୍ଥଗିତ ରହିଥିବା ଜାତୀୟ କ୍ରୀଡ଼ା ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଆୟୋଜିତ ହେବାକୁ ସ୍ଥିର ହୋଇଛି । ଏହି କ୍ରୀଡ଼ାର ୩୬ତମ ସଂସ୍କରଣ ଗୁଜରାଟରେ ଆୟୋଜନ କରିବାକୁ ଭାରତୀୟ ଅଲିମ୍ପିକ ସଂଘ ଯୋଜନା କରୁଛି ବୋଲି ସଂଘର ସମ୍ପାଦକ ରାଜୀବ ମେହେଟ୍ଟା ସୂଚନା ଦେଇଛନ୍ତି । ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ଗୁଜରାଟ ଅଲିମ୍ପିକ ସଂଘ ଓ ରାଜ୍ୟ ସରକାର ଆଗ୍ରହ ଦେଖାଇଛନ୍ତି । ଗୁଜରାଟ ସରକାର ଓ ସେଠାକାର ଅଲିମ୍ପିକ ସଂଘ ଏହି ପ୍ରତିଯୋଗିତା ଆୟୋଜନ କରିବା ଲାଗି ଆମକୁ ଚିଠି ଦେଇଛନ୍ତି ।
ଆମେ ସେମାନଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରିଛୁ । ଚଳିତ ବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଏହା ଆୟୋଜନ କରିବୁ । ସୂଚନାଯୋଗ୍ୟ ଯେ, ୨୦୧୫ରେ କେରଳ ଓ ୨୦୧୬ରେ ଗୋଆରେ ଜାତୀୟ କ୍ରୀଡ଼ା ଆୟୋଜିତ ହୋଇଥିଲା ବେଳେ ଏହା ପରଠୁ ବିଭିନ୍ନ କାରଣରୁ ସ୍ଥଗିତ ରହିଥିଲା ।