ପୁଣି କଂଗ୍ରେସକୁ ଟାର୍ଗେଟ କଲେ ହାର୍ଦ୍ଦିକ

ହାର୍ଦ୍ଦିକ ଟ୍ୱିଟରରେ ସୋଲାଙ୍କିଙ୍କୁ ତୀବ୍ର ନିନ୍ଦା କରି କହିଥିଲେ ଯେ କଂଗ୍ରେସ ପାର୍ଟି ସବୁ ସମୟରେ ହିନ୍ଦୁମାନଙ୍କ ଧାର୍ମିକ…

ନୂଆଦିଲ୍ଲୀ : ନିକଟରେ କଂଗ୍ରେସ ଛାଡ଼ିଥିବା ନତା ହାର୍ଦ୍ଦିକ ପଟେଲ ପୁଣିଥରେ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କୁ ଟାର୍ଗେଟ କରିଛନ୍ତି । ସେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟରେ ସେ ପ୍ରଶ୍ନ କରିଛନ୍ତି ଯେ କଂଗ୍ରେସ ପାର୍ଟି ହିନ୍ଦୁ ଏବଂ ଭଗବାନ ଶ୍ରୀରାମଙ୍କୁ କାହିଁକି ଏତେ ଘୃଣା କରୁଛନ୍ତି । ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭରତ ସିଂହ ସୋଲାଙ୍କିଙ୍କ ଏକ ବୟାନକୁ ତୀବ୍ର ନିନ୍ଦା କରିଛନ୍ତି ସୋଲାଙ୍କି ଏକ ବୟାନ ଦେଇ କହିଥିଲେ ଯେ ଜନସାଧାରଣଙ୍କୁ ରାମଙ୍କ ନାମରେ ଧୋକା ଦିଆଯାଇଛି । ହାର୍ଦ୍ଦିକ ଟ୍ୱିଟରରେ ସୋଲାଙ୍କିଙ୍କୁ ତୀବ୍ର ନିନ୍ଦା କରି କହିଥିଲେ ଯେ କଂଗ୍ରେସ ପାର୍ଟି ସବୁ ସମୟରେ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆହାତ କରିବା ସହିତ କ୍ଷତି କରିବାକୁ ଉଦ୍ୟମ ଚଳାଉଛନ୍ତି ।