ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ହରପ୍ରିତ ଏ.ଡି.ସିଂହ ଏଲାୟନ୍ସ ଏୟାରର (Alliance Air) ପ୍ରଥମ ମହିଳା ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି। ସରକାର ହରପ୍ରିତ୍ ସିଂହଙ୍କୁ ଏୟାର୍ ଇଣ୍ଡିଆର ସହାୟକ ଏଲାୟନ୍ସ ଏୟାର୍ ସିଇଓ ଭାବେ ନିଯୁକ୍ତ କରିଛନ୍ତି। ପ୍ରଥମ ମହିଳା ଭାବେ ବିମାନ କ୍ଷେତ୍ରରେ ଇତିହାସ ଇତିହାସ ରଚିଛନ୍ତି।
ତେବେ ହରପ୍ରିତ୍ ବର୍ତ୍ତମାନ ଏୟାର ଇଣ୍ଡିଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ବିମାନ ସୁରକ୍ଷା) ଅଛନ୍ତି। ଏଆଇର ସବୁଠାରୁ ବରିଷ୍ଠ କମାଣ୍ଡରମାନଙ୍କ ମଧ୍ୟରେ ନିବେଦିତା ଭସିନ୍ ବର୍ତ୍ତମାନ ଡ୍ରିମଲାଇନ୍ ବୋଇଙ୍ଗ୍ ୭୮୭ ଚଲାଉଛନ୍ତି। ଭସିନଙ୍କ ସ୍ଥାନରେ ହରପ୍ରିତ୍ ଏୟାର ଇଣ୍ଡିଆର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେବେ।
ହରପ୍ରିତ ସିଂହ ପ୍ରଥମ ମହିଳା ପାଇଲଟ ଯାହାଙ୍କୁ ୧୯୮୮ ମସିହାରେ ଏୟାର ଇଣ୍ଡିଆ ଦ୍ୱାରା ଚୟନ କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ସେ ବିମାନ ଉଡାଇ ପାରିନଥିଲେ। କିନ୍ତୁ ଉଡାଣ ସୁରକ୍ଷା କ୍ଷେତ୍ରରେ ସକ୍ରିୟ ରୁହନ୍ତି। ହରପ୍ରିତ ସିଂହ ଭାରତୀୟ ମହିଳା ପାଇଲଟ ଆସୋସିଏସନର ନେତୃତ୍ୱ ମଧ୍ୟ ନେଇଥିଲେ।ଏୟାର ଇଣ୍ଡିଆ ୧୯୮୦ ଦଶକ ଆରମ୍ଭରେ ମହିଳା ପାଇଲଟଙ୍କୁ ନିଯୁକ୍ତ କରିଥିବା ପ୍ରଥମ ଭାରତୀୟ ଏୟାରଲାଇନ୍ସ ଥିଲା। କ୍ୟାପଟେନ୍ ସୌଦାମନି ଦେଶମୁଖ ଭାରତର ପ୍ରଥମ ମହିଳା କମାଣ୍ଡର ଥିଲେ।