ଦେଶରେ କମିଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ଦେଶରେ ୪୬,୯୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଅନେକ ଦିନର ବ୍ୟବଧାନ ପରେ ଆଜି ମୃତ୍ୟୁସଂଖ୍ୟା ୫୦୦ତଳକୁ ଖସିଛି। ୨୪ଘଣ୍ଟାରେ ୪୭୦ଜଣ ମୃତ୍ୟୁ କରିଥିବା ବେଳେ ୫୮୬୮୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୧ ଲକ୍ଷ ଟପିଯାଇଛି । ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୮୧,୮୪,୦୮୩ରେ ପହଞ୍ଚିଛି । ଏହା ମଧ୍ୟରୁ ୫୭୦୪୫୮ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧,୨୨,୧୧୧ କୁ ବୃଦ୍ଧି ପାଇଥିବା ବେଳେ ଆରୋଗ୍ୟ ସଂଖ୍ୟା ୭୪,୯୧,୫୧୩ ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନାଦେଇଛି ।